ଲଣ୍ଡନ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଜାଲିଆତିରେ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ହାଜତ ମିଆଦକୁ ବ୍ରିଟେନର ଏକ ଅଦାଲତ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୋଦି ଭିଡିଓଲିଙ୍କ ଜରିଆରେ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡ୍ସୱର୍ଥ ଜେଲରୁ ଗୁରୁବାର ଅଦାଲତରେ ହାଜର ହେବାପରେ ଅଦାଲତ ତାଙ୍କ ହାଜତ ମିଆଦ ବୃଦ୍ଧି କରିଥିଲେ। ସୂଚନାଯୋଗ୍ୟ ଯେ ଗୁରୁବାର ମୋଦିଙ୍କ ୪୯ତମ ଜନ୍ମଦିନ ଥିଲା। ଆସନ୍ତା ମେ ମାସରେ ତାଙ୍କ ମାମଲାର ଶୁଣାଣି କରାଯିବ।
ମାର୍ଚ୍ଚ ୨୪ରେ ତାଙ୍କୁ ପୁନର୍ବାର ଅଦାଲତରେ ହାଜର ହେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ମେ ୧୧ରୁ ପାଞ୍ଚଦିନ ଧରି ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି କରାଯିବ।
ନିରବ ମୋଦୀଙ୍କ ହାଜତ ମିଆଦ ବଢ଼ିଲା
Popular Categories


