www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ଅପଡେଟ୍ : ମୃତ୍ୟୁସଂଖ୍ୟା ୨୪୪୨, ଆକ୍ରାନ୍ତ ୭୬,୯୩୬

ବେଜିଂ : ଚୀନରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୨୪୪୨କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୯୭ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୭୬,୯୩୬ରେ ପହଞ୍ଚିଛି। ରବିବାର ୬୪୮ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ଚୀନ ଜାତୀୟ ସ୍ବାସ୍ଥ୍ୟ କମିସନ ରବିବାର କହିଛନ୍ତି। ଚୀନ ବ୍ୟତୀତ ବିଶ୍ବର ଅନ୍ୟ ୨୬ଟି ରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୨ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ଚୀନ ପରେ ଦକ୍ଷିଣ କୋରିଆ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଛି। ସେହିପରି ଜାପାନର ଡାଇମଣ୍ଡ ପ୍ରିନ୍ସେସ୍‌ରେ ଥିବା ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ ଆଉ ୪ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହାଦ୍ବାରା ଜାହାଜରେ ସଂକ୍ରମିତ ଭାରତୀୟଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ସେହିପରି କରୋନା ସଂକ୍ରମିତ ୧୪ଜଣ ଆମେରିକୀୟଙ୍କୁ ଜାପାନରୁ ସ୍ବଦେଶ ଅଣାଯିବାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷୁବ୍ଧ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ଏବେ ସ୍ବତନ୍ତ୍ର କୋଠରିରେ ରଖାଯାଇ ଚିକିତ୍ସା କରାଯାଉଛି।
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ରବିବାର କରୋନା ଭୂତାଣ ସଂକ୍ରମଣକୁ ଦେଶର ସବୁଠାରୁ ବଡ ସ୍ବାସ୍ଥ୍ୟସଙ୍କଟ ବୋଲି ବିବେଚନା କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ପ୍ରତିଷେଧକ ବ୍ୟବସ୍ଥାକୁ ଦ୍ବିଗୁଣିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆୟୋଜିତ ବୈଠକରେ ଯୋଗଦେଇ ଜିନପିଙ୍ଗ କହିଛନ୍ତି ​‌େ​‌ଯ ଏହି ଭୂତାଣୁର ସଂକ୍ରମଣ ବହୁତ ଦ୍ରୁତ ଓ ବ୍ୟାପକ। ତେଣୁ ଏହାର ନିୟନ୍ତ୍ରଣ ଓ ପ୍ରତିରୋଧ କଷ୍ଟକର ହୋଇପଡିଛି। ଚୀନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମରେ ପ୍ରକାଶିତ ଜିନପିଙ୍ଗଙ୍କ ମନ୍ତବ୍ୟ ଅନୁଯାୟୀ ଏହାକୁ ସବୁଠାରୁ ବଡ ସ୍ବାସ୍ଥ୍ୟସଙ୍କଟ ବିବେଚନା କରାଯାଇଛି। ଟେଲି କନଫରେନ୍ସରେ ହୋଇଥିବା ଏହି ବୈଠକକୁ ପ୍ରଧାନମନ୍ତ୍ରୀ ଲି କେକ୍ବାଙ୍ଗ ପରିଚାଳନା କରିଥିଲେ। ଏହି ରୋଗ ଦେଶର ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇଥିବା ସ୍ବୀକାର କରାଯାଇଥିଲା। ତେବେ ଏହି ପ୍ରଭାବ ସାମୟିକ ଓ ଏହାକୁ ନିୟନ୍ତ୍ରଣ କରାଯିବ ବୋଲି ବୈଠକରେ ଯୋଗଦେଇଥିବା କର୍ତ୍ତୃପକ୍ଷମାନେ କହିଥିଲେ। ଚୀନର ସର୍ବାଧିକ ପ୍ରଭାବିତ ସହର ଉହାନରେ ସଂକ୍ରମଣରୁ ମୁକ୍ତ ଲୋକଙ୍କୁ ୧୪ଦିନ ପାଇଁ ସ୍ବତନ୍ତ୍ର ନିକାଞ୍ଚନ କୋଠରିରେ ରଖିବାକୁ କୁହାଯାଇଛି। କାରଣ ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ପୁନର୍ବାର ସଂକ୍ରମିତ ହୋଇଥିବା ଜଣାଯାଇଛି।
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ଦ୍ବାରା ବିଶ୍ବ ଅର୍ଥନୀତି ମାନ୍ଦା ହୋଇଥିବା ସ୍ବୀକାର କରିଛି। ରବିବାର ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା ରିଆଦର ଜି-୨୦ ବୈଠକରେ କହିଛନ୍ତି କରୋନା ଭୂତାଣୁ ବିଶ୍ବରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଏହା ଚୀନର ଅର୍ଥନୀତିକୁ ବିଶୃଙ୍ଖଳିତ କରିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories