www.samajalive.in
Thursday, December 11, 2025
23.1 C
Bhubaneswar

ସଂରକ୍ଷିତ ଜଙ୍ଗଲ କାଟି ରେଳଧାରଣାରେ ପାଚେରି ନିର୍ମାଣ

ଟିଟିଲାଗଡ଼ : ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ଅଞ୍ଚଳର ସୁରକ୍ଷା କବଚ ସାଜିଥିବା ବର୍ଣ୍ଣେଇ ସଂରକ୍ଷିତ ଜଙ୍ଗଲ ସମ୍ପଦ ଲୁଟ ହୋଇଚାଲିଛି। ବନ ମାଫିଆ ଏନେଇ ଏପରିକି ଖୋଦ ଟିଟିଲାଗଡ ରେଞ୍ଜ ଅଧିକାରୀଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଏପରିପ୍ରେକ୍ଷୀରେ ଟିଟିଲାଗଡ ବଲାଙ୍ଗୀର ରେଳ ଲାଇନର ସିକେର ଷ୍ଟେସନ ନିକଟବର୍ତି ଅଞ୍ଚଳରେ ସମ୍ପୃକ୍ତ ଠିକାଦାର ଏଆରଏସଏସ କମ୍ପାନୀ ବର୍ଣ୍ଣେଇ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ରେଳଧାରଣାରେ ପାଚେରି ନିର୍ମାଣ କରିଥିବା ଅଭିଯୋଗ ହୋଇଛି।

ଏନେଇ ଠିକାଦାର ହଜାର ହଜାର ସଂଖ୍ୟାରେ ଗଛ କାଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସଂରକ୍ଷିତ ଜଙ୍ଗଲରୁ ଏଭଳି ଲୁଟତରାଜକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଅପରପକ୍ଷରେ ଏହି ଘଟଣାରେ ବନବିଭାଗ ଠିକାଦାରର ପ୍ରତିନିଧିଙ୍କୁ ସମନ କରି ଭିତିରିଆ ବୁଝାମଣା କରିଥିବା ଅଭିଯୋଗ ହୋଇଛି। ବୁଝାମଣା ମୁତାବକ ଠିକାଦାରଙ୍କ ଲୋକ ଟିଟିଲାଗଡ ବଲାଙ୍ଗିର ରାସ୍ତାର ବାଞ୍ଜିଝାଲ ନିକଟରୁ ଭାଟିପଡା ଜଙ୍ଗଲ ରାସ୍ତାରେ ସେମାନଙ୍କ ହାଇୱା ଗାଡି ଲଗାଇ ମାଗଣାରେ ମୁରୁମ ପକାଇଥିବା ଜଣାଯାଇଛି। ବନ ବିଭାଗ ଅଧିନରେ ରହିଥିବା ଉକ୍ତ ରାସ୍ତାରେ ଏଆରଏସଏସ କମ୍ପାନୀର ହାଇୱା ମୁରୁମ ପକାଉଥିବା ସ୍ଥାନୀୟ ଲୋକେ ଚିତ୍ର ଉତୋଳନ କରିବା ସହ ଭାଇରାଲ କରିଛନ୍ତି। ଗତ ମାସ ଏହି ମାମଲା ଲୋକଙ୍କ ନଜରକୁ ଆସିଥିବା ବେଳେ ସମ୍ପ୍ରତି ବନ ବିଭାଗର ପ୍ରରୋଚନା କ୍ରମେ ଠିକାଦାର ରେଳଧାରଣାରେ ପାଚେରି ଦେଇଥିବା ଗଛରେ ରଙ୍ଗ ବୋଲି ଦେଇଥିବା ଜଣାଯାଇଛି। ଏସମ୍ପର୍କରେ ସିକେର ସେକ୍ସନ ଫରେଷ୍ଟର ଜୟକୃଷ୍ଣ ଭୋଇଙ୍କୁ ପଚାରିବାରୁ ସଂରକ୍ଷିତ ଜଙ୍ଗଲରୁ ଗଛ କଟାଯିବା ନେଇ ଏଆରଏସଏସ ମୁନସିକୁ ସମନ କରାଯାଇ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା କହିଛନ୍ତି। ଭଡାରେ ହାଇୱା ଲଗାଇ ରାସ୍ତା କାମ କରାଯାଇଥିବା ଫରେଷ୍ଟର ଦର୍ଶାଇଛନ୍ତି। ତେବେ ଏଆରଏସଏସ ଭଲି ଏକ ବିରାଟ କମ୍ପାନୀ ରେଳ ଧାରଣାରେ ପାଚେରି କରିବାକୁ ଷ୍ଟିଲ କିମ୍ବା ଲୁହା ସରଞ୍ଜାମ ବଦଲରେ ଜଙ୍ଗଲ କାଠ ବ୍ୟବହାର କରିବା, ବନ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ବଦଲରେ କେବଲ ଜୋରିମାନା ନେଇ ଛାଡି ଦେବାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ତତଲାଗଡ ଅଞ୍ଚଳର ସୁରକ୍ଷା ନେଇ ବୃକ୍ଷ ସମ୍ପଦ ନଷ୍ଟ କରୁଥିବା ଦୋଷୀଙ୍କ ବିରୁଦ୍ଧରେ ବନବିଭାଗ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନେଇ ପ୍ରକୃତି ମିତ୍ର ଉପେନ୍ଦ୍ର ବାଗ ଦାବି କରିଛନ୍ତି। ଜଙ୍ଗଲ ସମ୍ପଦ ଏଭଳି ବିନାଶ ହୋଇ ଚାଲିଲେ ଟିଟିଲାଗଡ ଅଞ୍ଚଲ ମରୁଭୁମୀରେ ପରିଣତ ହେବା ନିଶ୍ଚିତ ବୋଲି ଏନେଇ ପରିବେଶବିତ ମହଲରେ ଚିନ୍ତା ଉଦ୍ରେକ କରିଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories