www.samajalive.in
Saturday, December 6, 2025
16.1 C
Bhubaneswar

‘ଲିପଷ୍ଟିକ୍ ଇଫେକ୍ଟ’ କ’ଣ? ଯାହା ଦ୍ବାରା ୨୭ % ବୃଦ୍ଧି ହୋଇଛି ବଲିଉଡ୍‌ର ଆୟ

ସମାଜ ପୋର୍ଟଲ ଡେସ୍କ(ବୈଜୟନ୍ତୀ ନାୟକ) : ଗୋଟିଏ ପଟେ ଭାରତ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଅନ୍ୟ ପଟରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ‘ଲିପଷ୍ଟିକ୍ ଇଫେକ୍ଟ’ ପାଇଁ ଏହା ସମ୍ଭବ ହୋଇ ପାରିଛି ବୋଲି ଶୁଣିବାକୁ ମିଳୁଛି। କେୟାର ରେଟିଙ୍ଗସ୍ ରିପୋର୍ଟ ଅନୁଯାୟୀ, ‘ଲିପଷ୍ଟିକ୍ ଇଫେକ୍ଟ’ କାରଣରୁ ୨୦୧୯ରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆୟ ପ୍ରାୟ ୨୭ ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥାତ୍ ବାର୍ଷିକ ଆୟ ବୃଦ୍ଧି ପାଇ ୫ ହଜାର ୬୧୩ କୋଟିରେ ପହଞ୍ଚିଛି।

ତେବେ ଏହି ‘ଲିପଷ୍ଟିକ୍ ଇଫେକ୍ଟ’ କ’ଣ? ଏହାକୁ ନେଇ ସାଧାରଣତଃ ମନରେ ପ୍ରଶ୍ନ ଉଠୁଥିବ। ମହିଳା ଓ ଯୁବତୀମାନେ ବ୍ୟବହାର କରୁଥିବା ପ୍ରସାଧନ ଉତ୍ପାଦ ଲିପଷ୍ଟିକ୍ ବୋଲି କିଛି ଲୋକ ଭାବୁଥିବେ। ଲିପଷ୍ଟିକ୍‌ ରେ ପୁଣି ଇଫେକ୍ଟ କ’ଣ? ଆଉ ସେଥିରୁ ଫିଲ୍ମ ଇଣ୍ଡଷ୍ଟ୍ରି କିଭଳି ଲାଭବାନ ହେଉଛି ତାହାକୁ ନେଇ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ। ତେବେ ଆମେ ଆପଣଙ୍କୁ ଅଧିକ ଦ୍ବନ୍ଦରେ ନ ପକାଇ ସରଳରେ ବୁଝାଇ ରଖୁଛୁ…

- Advertisement -

‘ଲିପଷ୍ଟିକ୍ ଇଫେକ୍ଟ’ ହେଉଛି ଏକ ବ୍ୟବସାୟିକ ଶବ୍ଦ। ଯାହା ଆୟ ବୃଦ୍ଧିର ଅନ୍ୟତମ କାରଣ ହୋଇଥାଏ। ଯେତେବେଳେ ଗ୍ରାହକ ନିଜର ବଡ ଆବଶ୍ୟକତାକୁ ପୂରଣ ନ କରି ଛୋଟ ଛୋଟ ଖୁସୀ ଉପରେ ଧ୍ୟାନ ଦିଅନ୍ତି ଏବଂ ଆର୍ଥିକ ଖର୍ଚ୍ଚ କରନ୍ତି, ତାହାକୁ ‘ଲିପଷ୍ଟିକ୍ ଇଫେକ୍ଟ’ ବୋଲି କୁହାଯାଏ। ଆହୁରି ସରଳରେ କହିଲେ, ଜଣେ ଗ୍ରାହକ ଗାଡି ଏବଂ ଘର କିଣିବା କ୍ଷେତ୍ରରେ ବଡ ନିବେଶ ନ କରି ଛୋଟ ଛୋଟ ସୌଖୀନ ଜିନିଷ ଯେଭଳି ରେଷ୍ଟୁରାଣ୍ଟରେ ଖାଇବା, ଫିଲ୍ମ ଦେଖିବା ଆଦିରେ ଖର୍ଚ୍ଚ କରିଥାନ୍ତି। ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡିଥାଏ। ଏହି ପ୍ରକ୍ରିୟାକୁ ‘ଲିପଷ୍ଟିକ୍ ଇଫେକ୍ଟ’ କୁହାଯାଏ।

କେବଳ ‘ଲିପଷ୍ଟିକ୍ ଇଫେକ୍ଟ’ ନୁହେଁ, ଜିଏସଟି ପାଇଁ ମଧ୍ୟ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଆୟ ବୃଦ୍ଧି ହୋଇଛି। ପୂର୍ବରୁ କିଛି ରାଜ୍ୟରେ ଟିକେଟ ଉପରେ ଦର୍ଶକଙ୍କଠାରୁ ୫୦ ପ୍ରତିଶତ ଟିକସ ଆଦାୟ ହୋଉଥିଲା। ଜିଏସଟି ଲାଗୁ ହେବା ପରେ ତାହା କମ ହୋଇ ୧୨ରୁ ୧୮ ପ୍ରତିଶତ ହୋଇଛି। ୧୦୦ ଟଙ୍କାର ଟିକେଟ ଉପରେ ୧୨ ପ୍ରତିଶତ ଏବଂ ତା’ଠାରୁ ଅଧିକ ହେଲେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯାଉଛି।

ଗତ ବର୍ଷ ୧୩ଟି ବଲିଉଡ୍‌ ଫିଲ୍ମ ୧୦୦ କୋଟି ଆୟ କରିଥିବା ବେଳେ ୬ଟି ଫିଲ୍ମ ୨୦୦କୋଟିରୁ ଅଧିକ ବ୍ୟବସାୟ କରିଥିଲା। ୨୦୧୮ରେ ୭ଟି ଫିଲ୍ମ ୧୦୦ କୋଟି ଟଙ୍କା ଆୟ କରିଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories