www.samajalive.in
Tuesday, December 9, 2025
17.1 C
Bhubaneswar

ଓବିସି କମିଶନ ବିଲ୍-୨୦୨୦ ପାରିତ

ଭୁବନେଶ୍ବର: ବିଧାନସଭାରେ ଓବିସି କମିସନ ସଂଶୋଧନ ବିଲ୍ ଉପସ୍ଥାପିତ ହୋଇଛି । ବିଲ୍ ଆଗତ କରିଛନ୍ତି ଓବିସି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା । ଏଣିକି ଏହି କମିସନ ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ବେକ୍ଷଣ କରିବେ। ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ-୧୯୯୩ ଆଇନର ସଂଶୋଧନ କରିବା ସହ ଏକ ନୂଆ ବିଲରେ ଗୃହରେ ଆଗତ କରିଥିଲେ। ଏହି ସଂଶୋଧନ ପରେ ରାଜ୍ୟ ସରକାର ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ କରିବା କମିଶନଙ୍କ ପକ୍ଷେ ସହଜ ହୋଇପାରିବ।

ବିଲର ସଂଶୋଧନ ଅନୁସାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ ଆଇନ-୧୯୯୩ର ଧାରା ୯(ଉପଧାରା-୧)ରେ ସଂଶୋଧନ କରାଯାଇ ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାର ସର୍ଭେ କମିଶନ ସମୟ-ସମୟରେ କରିବେ ଓ ଏହା ରାଜ୍ୟ ସରକାର ସ୍ଥିର କରିବେ ବୋଲି ଆଇନରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ ଗୃହର ଅନୁମୋଦନ ଲାଭ କରିବାପରେ ଏହାକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ।

- Advertisement -

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ ଜାନୁୟାରୀ ୧୨ତାରିଖରେ ଏକ ସଂକଳ୍ପ ପ୍ରସ୍ତାବ ଆଗତ କରି ରାଜ୍ୟରେ ଓବିସି ଚିହ୍ନଟ ପ୍ରକ୍ରିୟା ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲା। ଏଥି ସହ ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କୁ ଓବିସି କମିଶନର ଅଧ୍ୟକ୍ଷ ଭବେ ନିଯୁକ୍ତ କରିଥିଲେ। ଅଧ୍ୟକ୍ଷଙ୍କ ସହ ୩ଜଣ ସଦସ୍ୟ ଓ ଜଣେ ସଦସ୍ୟ ସଚିବଙ୍କୁ ମଧ୍ୟ ନିଯୁକ୍ତି କରାଯାଇଥିଲା । ପ୍ରଫେସର ନବନୀତା ରଥ, ପ୍ରଫେସର ମିତାଲି ଚିନ୍ନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ର କମିଶନର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ କମିଶନଙ୍କ ସଦସ୍ୟ ସଚିବଭାବେ ନିଯୁକ୍ତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories