www.samajalive.in
Sunday, December 7, 2025
15.1 C
Bhubaneswar

ବିଜୁ ପଟ୍ଟନାୟକ ସ୍ମାରକୀ ଟୁର୍ଣ୍ଣାମେଣ୍ଟ; ବାଲେତରାସ ଯାଜପୁରରୋଡ ଟିମ ବିଜୟୀ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବାଙ୍କମୁହାଁ ଖେଳପଡିଆରେ ରବିବାର ବିଜୁ ପଟ୍ଟନାୟକ ସ୍ମାରକୀଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଳି ପଦ୍ମପୁର ଓ ବାଲେତରାସ ଯାଜପୁରରୋଡ ଫୁଟବଲ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବାଲେତରାସ ଯାଜପୁର ରୋଡ ଫୁଟବଲ ଟିମ ୧-୦ ଗୋଲରେ ବିଜୟ ଲାଭ କରି ବିଜୟୀ ଟ୍ରଫି ହାସଲ କରିଥିଲେ। ଖେଳ ଶେଷରେ ନାନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସରୋଜ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଲଏଣ୍ଡଟି କମ୍ପାନୀର ମ୍ୟାନେଜର କାର୍ତ୍ତକ ବିଶ୍ୱାଳ ମୂଖ୍ୟବକ୍ତା, ଚାନ୍ଦବାଲି ବ୍ଲକ ଚେୟାରମ୍ୟାନଙ୍କ ପ୍ରତିନିଧି ରଂଜନ କୁମାର ସାହୁ, ଚାନ୍ଦବାଲି ବ୍ଲକ ବିଜୁ ଜନତା ଦଳ ଯୁବ ସଭାପତି ପ୍ରଫୁଲ ବେହେରା ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବାଙ୍କମୁହାଁ ଭଳି ଏକ କ୍ଷୁଦ୍ର ଅଞ୍ଚଳରେ ଫୁଟବଲ ଖେଳକୁ ପ୍ରାଧାନ୍ୟ ଦେବା କିଛି କମ କଥା ନୁହେଁ ଏଥି ସହିତ ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିବା ଖେଳାଳିମାନଙ୍କ ଦକ୍ଷତା ପ୍ରଶଂସନୀୟ ବୋଲି ମୁଖ୍ୟ ଅତିଥି କହିଥିଲେ। ଏହି ଅବସରରେ ବିଜୟୀ ଟିମକୁ ମୁଖ୍ୟ ଅତିଥିି ବିଧାୟକ ଶ୍ରୀ ମଲିକ ବିଜୟୀ ଟଫି ପ୍ରଦାନ କରିଥିଲା ବେଳେ ପରାଜିତ ଟିମକୁ ମୂଖ୍ୟବକ୍ତା ରନରର୍ସଅପ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟ ଆୟୋଜକ ଭଗବାନ ମାଝୀ, ସପନ ନାୟକ, ଅମର ବିଶ୍ୱାଳ, ପ୍ରସନ୍ନ ଜେନା, ଗୟାଧର ବିଶ୍ୱାଳ ପ୍ରମୁଖଙ୍କୁ ଅତିଥିମାନେ ବଧାଇ ଜଣାଇଥିଲେ। କ୍ରୀଡା ପରିଚାଳନା କରୁଥିବା ରେଫରୀ ଏସ.କେ ରିଆଜ କାଦିରୀ, ତାଜଉଦ୍ଦିନ ଖାନ ସୁଶାନ୍ତ ବିଶ୍ୱାଳଙ୍କୁ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା ସ୍ୱାଧୀନ ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories