www.samajalive.in
Monday, December 8, 2025
13.1 C
Bhubaneswar

ବାସ୍ତୁ ଟିପ୍ସ : ଧନ ସମ୍ବନ୍ଧୀୟ ସମସ୍ୟା ସହ ଦୂର କରନ୍ତୁ ଜୀବନର ଅନେକ ସମସ୍ୟା

ବିଭିନ୍ନ ସମୟରେ ଏପରି ଅନୁଭବ ହୋଇଥାଏ,ଗୃହରେ ପରିବାର ସଦସ୍ୟ ଟଙ୍କା ରୋଜଗାର କଲେ ମଧ୍ୟ ଏହା ଅଯଥାରେ ଖର୍ଚ୍ଚ ହେବା ସହ ଆଶାନୁରୂପକ ସଞ୍ଚୟ ହୋଇପାରେ ନାହିଁ। ବହୁ ପରିଶ୍ରମ କରି କାର୍ଯ୍ୟ କଲେ ମଧ୍ୟ ସଫଳତା ମିଳିପାରେ ନାହିଁ। ଯଦି ଆପଣଙ୍କ ସହ ଏପରି ହେଉଥାଏ, ତେବେ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ନକରାତ୍ମକ ଶକ୍ତି ଓ ବାସ୍ତୁ ସମସ୍ୟା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଅବଲମ୍ବନ କରି ଆମେ ନିଜର ଦରିଦ୍ରତାକୁ ଦୂର କରିବା ସହ ଏହି ସମସ୍ୟାରୁ ମୁକ୍ତି ପାଇପାରିବା….
ଭୋଜନର ପ୍ରଥମ ଭାଗ ଭଗବାନ ଓ ଗାଈଙ୍କୁ ସମର୍ପଣ କରି ଖାଆନ୍ତୁ।
ଯେଉଁ ପାନିଆ ସାମାନ୍ୟ ମଧ୍ୟ ଭାଙ୍ଗିଯାଇଛି, ସେଥିରେ କେଶ କୁଣ୍ଡାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।
ଗୃହର ଆଲମିରା ନିକଟରେ ଝାଡ଼ୁ ରଖନ୍ତୁ ନାହିଁ।
ଆଲମିରା ଅଳ୍ପ ଭାଙ୍ଗି ଥିଲେ ମଧ୍ୟ ଏହାକୁ ବ୍ୟବହାର କରନ୍ତୁ ନାହିଁ। ଏଥିରେ ଟଙ୍କାପଇସା ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।
ଯେଉଁ ଗୃହରେ ନାରୀଙ୍କୁ ସମ୍ମାନ ମିଳେ ନାହିଁ, ସେଠାରେ ମା’ଲକ୍ଷ୍ମୀ ବାସ କରନ୍ତି ନାହିଁ। ତେଣୁ ଘରର ନାରୀଙ୍କୁ ସର୍ବଦା ସମ୍ମାନ ଦିଅନ୍ତୁ।
ଗାଧୁଆ ଘରର ଦରଜାକୁ ଖୋଲା କରି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ବିନା କାରଣରେ ଟଙ୍କାପଇସା ଖର୍ଚ୍ଚ ଲାଗି ରହିଥାଏ।
ରୋଷେଇ ଘରେ କୌଣସି ପ୍ରକାରର ଔଷଧ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିନଥାଏ।
ସୋଫା ଆଦି ଘରର ସାଜସଜ୍ଜା ଦ୍ରବ୍ୟ ଭାଙ୍ଗି ଥିଲେ, ଏହାକୁ ମଧ୍ୟ ଘରେ ରଖନ୍ତୁ ନାହିଁ।
ଗୁରୁବାର ଦିନ ଝାଡ଼ୁ କିଣନ୍ତୁ ନାହିଁ।
ତୁଳସୀବୃକ୍ଷ ନିକଟରେ ଘିଅ ଦୀପ ପ୍ରତିଦିନ ଲଗାନ୍ତୁ।
ଶୋଇବା କକ୍ଷରେ ଝାଡ଼ୁ, ବାସନକୁସନ ରଖନ୍ତୁ ନାହିଁ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories