www.samajalive.in
Wednesday, December 10, 2025
26.1 C
Bhubaneswar

ଜାଗରଯାତ୍ରା ଆଉ ୫ଦିନ : ପ୍ରଦୂଷିତ ଜଳରେ ଚାଲିଛି ଆଖଣ୍ଡଳମଣିଙ୍କ ଜଳାଭିଷେକ-ନୀତିକାନ୍ତି

ଆରଡି : ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରାକୁ ଆଉମାତ୍ର ୫ଦିନ ବାକି। ପୀଠରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥିଲେ ମଧ୍ୟ କେତକ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇ ପାରିନାହିଁ। ଯାହାଫଳରେ ଜାଗରଯାତ୍ରା ଦିନ ନାନା ଅସୁବିଧା ଦେଖା ଦେବ ବୋଲି ଆଶଙ୍କା ଦେଖା ଦେଇଛି। ବିଶେଷକରି ମଣିବାବଙ୍କ ପୁଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀ ଦୀର୍ଘବର୍ଷ ହେବ ପ୍ରଦୂଷିତ ହୋଇ ରହିଥିଲେ ମଧ୍ୟ ଜାଗରଯାତ୍ରା ପୂର୍ବରୁ ସୋଧନ ହେବା ନେଇ ଆଶଙ୍କା ଦେଖା ଦେଇଛି। ଫଳରେ ଦୈନଦିନ ମଣିବାବଙ୍କ ନୀତିକାନ୍ତି ଓ ଜଳାଭିଷେକ ପ୍ରଦୂଷିତ ଜଳରେ ଚାଲିଛି। ଏପରିକି ଚଳିତ ଜାଗରଯାତ୍ରାଦିନ ସମସ୍ତ ନୀତିକାନ୍ତି ଓ ଜଳାଭିଷେକ ପୂର୍ବବର୍ଷ ପରି ବୈତରଣୀ ନଦୀରୁ ଜଳ ଅଣାଯାଇ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ ନା ପ୍ରଦୂଷିତ ଜଳରେ ହେବ ତାହା ସେବାୟତଙ୍କ ମହଲରେ ନାନା ପ୍ରଶ୍ନ ଉଙ୍କି ମାରିଛି।

ଅନ୍ୟପଟେ ଶିବଗଙ୍ଗା ପୂଷ୍କରିଣୀ ସୋଧନ ଓ ପୁନରୁଉଦ୍ଧାର ପାଇଁ ଡ୍ରେନେଜ ବିଭାଗ ପକ୍ଷରୁ ପ୍ରାୟ ୮୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଯାଜପୁର ଡିଭିଜନ ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବୈତରଣୀ ନଦୀଠାରୁ ପୁଷ୍କରିଣୀ ପ୍ରର୍ଯ୍ୟନ୍ତ ଶିବମାହାରା ନାଳକୁ ଖନନ କରାଯିବା ସହିତ କିଛି ସ୍ଥାନରେ ଢଳାଇ କରାଯାଇଥିଲା। ହେଲେ ପୁଷ୍କରିଣୀ ମଧ୍ୟକୁ ଠିକ ଭାବେ ନଦୀର ଜଳ ଆସୁନଥିବାରୁ ଏବେ ପୁଷ୍କରିଣୀର ଜଳ କଳା ପଡିଯିବା ସହିତ ମେଞ୍ଚାମେଞ୍ଚା ଦଳ ଭାଷୁଛି। ମଣିବାବାଙ୍କ ପୀଠର ସର୍ବାଙ୍ଗ ସୁନ୍ଦର କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ସେବାୟତମାନେ ପ୍ରକାଶ କରିଛନ୍ତି। ସେହିପରି ପୀଠର ମୁଖ୍ୟ ବଜାର ସମେତ ମନ୍ଦିର ଓ ପୁଷ୍କରିଣୀ ଚତୁଃପାର୍ଶ୍ବରେ ମାସମାସ ଧରି କୁଢକୁଢ ଅଲିଆ ଆବର୍ଜନା ପଡି ରହିଥିଲେ ମଧ୍ୟ କାହାରି ନଜର ପଡୁନଥିବା ରାଜ୍ୟ ଭକ୍ତମହାସଂଘ ପ୍ରକାଶ କରଛି। ଏପରିକି କୌଣସି ପର୍ବପର୍ବାଣୀ ହେଲେ ପୀଠର କିଛିଟା ସଫା ହେବା ପେ ପୂର୍ବ ପରି କୁଢକୁଢ ଅଳିଆ ଆବର୍ଜନା ବର୍ଷବର୍ଷ ଧରି ପଡି ରହିଥାଏ। ଏ ସର୍ମ୍ପକରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ପଚାରିବାରୁ ପୁଷ୍କରିଣୀର ଜଳରେ ସ୍ଥାନେସ୍ଥାନେ କେଉଁଠି ଦଳ ରହିଛି ହେଲେ ପୁଷ୍କରିଣୀର ଜଳ ଠିକ ଥିବା ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories