www.samajalive.in
Wednesday, December 10, 2025
26.1 C
Bhubaneswar

ମୋହନା ପଞ୍ଚାୟତ ପକ୍ଷରୁ ଡଷ୍ଟବିନ ବଣ୍ଟନ

ମୋହନା : ମୋହନା ଗ୍ରାମ ପଞ୍ଚାୟତ ପକ୍ଷରୁ ମୋହନା ସହରକୁ ସରସ ସୁନ୍ଦର କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଆନୁକୁଲ୍ୟରେ ୪୦ଟି ଡଷ୍ଟବିନ୍‍ ମୋହନା ସହରର ପିଡବ୍ଲ୍ୟୁଡି ଛକ ଠାରୁ ପାଣ୍ଡାଛକ ପର୍ଯ୍ୟନ୍ତ ବିଭିନ୍ନ ବ୍ୟବାସୟୀଙ୍କ ଦୋକାନ ସମ୍ମୁଖରେ ରଖାଯାଇଛି। ଜନସାଧାଣଙ୍କୁ ଡଷ୍ଟବିନର ବ୍ୟବହାର ସମ୍ପର୍କରେ ସଚେତନତା କରିବା ସହ ଆପଣଙ୍କ ସେବାରେ ଏହାକୁ ବ୍ୟବହାର କରିବା ପାଇଁ ପଞ୍ଚାୟତ ପକ୍ଷରୁ ନିବେଦନ କରାଯାଇଥିଲା। ଏହି ଡଷ୍ଟବିନ ଗୁଡିକ ବିତରଣ କରିବା ସମୟରେ ସ୍ଥାନୀୟ ସରପଞ୍ଚ ଶେଖର କୁମାର ମଳିକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ପ୍ରଧାନ, ସମିତି ସଭ୍ୟ ଯୁନେଶ ଶବର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ। ଅପରପକ୍ଷେ ହାଇସ୍କୁଲ ଛକ ଠାରେ ରହିଥିବା ବ୍ୟବସାୟୀମାନଙ୍କୁ ଡଷ୍ଟବିନ ପ୍ରଦାନ କରାଯାଇ ନ ଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣୁ ତୁରନ୍ତ ଉକ୍ତ ସ୍ଥାନ ଗୁଡିକରେ ଡଷ୍ଟବିନ ରଖିବା ପାଇଁ ଦାବି ହୋଇଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories