www.samajalive.in
Monday, December 8, 2025
27.1 C
Bhubaneswar

ଛେଳି ଗୁହାଳରେ ବନ୍ଧା ପଡିଛି ସମନ୍ବିତ ଶିଶୁ ବିକାଶ ଯୋଜନା

କଳାହାଣ୍ଡି : ମହିଳା ଓ ଶିଶୁ ବିକାଶ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଉଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ଏହି ଯୋଜନା ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ବିଶେଷ କରି ଶିଶୁ ବିକାଶ ଯୋଜନାରେ ଅଙ୍ଗନୱାଡ଼ି ଗୃହ ନିର୍ମାଣ ଅସମ୍ପୂର୍ଣ୍ଣ ହୋଇ ପଡିଥିବା ବେଳେ ପିଲା ଛେଳି ଗୁହାଳରେ ପାଠ ପଢିବା ସହ ଖୋଲା ଆକାଶ ତଳେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ସହର ସ୍ଥିତ ୧ ନମ୍ବର ୱାଡ ମହାଦେବ ପଡା ଓ ପ୍ରଧାନୀ ପଡାଠାରେ ଆଜିକୁ ୨୫ ବର୍ଷ ହେବ ଅଙ୍ଗନୱାଡ଼ି କେନ୍ଦ୍ର ନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଘରେ ଅସ୍ଥାୟିଭାବେ ଅଙ୍ଗନୱାଡ଼ି କେନ୍ଦ୍ର ଚଳାଯାଉଥିଲା। ବର୍ତ୍ତମାନ ସୁଦ୍ଧା ଏହି ଅଙ୍ଗନୱାଡ଼ି କେନ୍ଦ୍ର ପାଞ୍ଚ ଗୋଟି ସ୍ଥାନ ବଦଳାଇଥିବା ପଡ଼ାବାସୀ କହିଛନ୍ତି।

- Advertisement -

ବାରମ୍ବାର ପ୍ରଶାସନଙ୍କୁ ଜଣାଇବା ପରେ ୨୦୧୫ ମସିହାରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରାଯାଇଥିଲା। କିନ୍ତୁ ତାହା ଅଧପନ୍ତରିଆ ୧୦ଫୁଟ ଲେବୁଲ ପର୍ୟ୍ୟନ୍ତ ଉଠି ୫ ବର୍ଷ ହେବ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି। ଏହି ପଡାବାସୀ ବାରମ୍ବାର କହିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା କହିଛନ୍ତି। ଶେଷରେ ଘର ନ ମିଳିବା ଯୋଗୁଁ ପ୍ରଧାନୀ ପଡାରେ ଏକ ଛେଳି ଗୁହାଳରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଥିବା ଶିଶୁଙ୍କ ବାପା ମା’ କହିଛନ୍ତି। ପ୍ରଧାନୀପଡାବାସୀଙ୍କ କହିବା ଅନୁଯାୟୀ ଆଜିକି ୨ ବର୍ଷ ହେଲା ପିଲା ଖୋଲା ଆକାଶ ତଳେ ପାଠ ପଢ଼ୁଥିବା ଦେଖି ଘର ବାଲା ନିଜ ଛେଳିକୁ ବିକ୍ରି କରି ଜାଗା ଦେଇଥିବା ବେଳେ ବର୍ତ୍ତମାନ ସେଠାରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଥିବା ପ୍ରକାଶ କରିଛନ୍ତି। ଏପଟେ ଖାଦ୍ୟ ଖାଇବା ସମୟରେ ସ୍ଥାନ ଅଭାବରୁ ଖୋଲା ଆକାଶ ତଳେ ୩୦ ଗୋଟି କୋମଳମତି ଶିଶୁ ମାନେ ଖାଦ୍ୟ ଖାଉଛନ୍ତି। ଗତକାଲି (ଶନିବାର) ସେଣ୍ଟର ବନ୍ଦ ରହିଥିବାରୁ ଅବିଭାବକ ଓ ପଡାବାସୀ ଅସନ୍ତୋଷବ୍ୟକ୍ତ କରିଛନ୍ତି । ଶନିବାର ଖାଦ୍ୟ ସାଙ୍ଗକୁ ଅଣ୍ଡା ପାଇବା ଆଶାରେ ପିଲାମାନେ ସେଣ୍ଟରକୁ ଆସି ନିରାଶ ହୋଇ ଫେରି ଯାଇଥିଲେ । ବାରମ୍ବାର ଏପରି ଘଟୁଥିବା ପଡାବାସୀ ଅଭିଯୋଗ କରିଛନ୍ତି । ଏଥିପ୍ରତି କଳାହାଣ୍ଡି ଜିଲ୍ଲାପାଳ ଦୃଷ୍ଟି ଦେଇ ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ରଟିକୁ ସମ୍ପୂର୍ଣ୍ଣ କରାଇବାକୁ ଦାବି କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories