www.samajalive.in
Saturday, December 6, 2025
16.1 C
Bhubaneswar

ଅସହାୟ ପୁଅର ଦୁଃଖ ବୁଝିଲେ ବିଜୁ ଯୁବ ବାହିନୀ, କଲେ ମା’ର ଶବ ସତ୍କାର

କଳାହାଣ୍ଡି: ଦାଦନ ଖଟିବାକୁ ଯାଇଥିବା ପୁଅର ବାଟକୁ ଚାହିଁ ଗାଁରେ ଆଖି ବୁଜୁଲା ମା’। ଗାଁର ପରମ୍ପରା ଅନୁଯାୟୀ ଗ୍ରାମବାସୀ ଶବ ସତ୍କାର କଲେନି। ଏଭଳି ପରିସ୍ଥିତିରେ ସ୍ଥାନୀୟ ବିଜୁ ଯୁବ ବାହିନୀର କିଛି କର୍ମୀ ଆଗେଇ ଆସି ଶବ ସତ୍କାର କଲେ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ପଞ୍ଚାୟତ ଅଧିନସ୍ଥ ବୁରିଙ୍ଗପଦର ଗାଁରେ ବାସ କରନ୍ତି ସରସ୍ବତୀ ଗୌଡ଼(୬୨) ଓ ତାଙ୍କର ଏକମାତ୍ର ପୁଅ ଟଙ୍କ ଗଉଡ (୨୬)। ଗାଁରେ କାମଧନ୍ଦା ନମିଳିବାରୁ ପୁଅ ଟଙ୍କ ଗଉଡ ଦାଦନ ଖଟିବାକୁ କେରଳ ଯାଇଥିଲେ। ସେଠାରୁ ସେ ଟଙ୍କା ପଇସା ପଠାଉଥିବାରୁ ମା ଏଇଠି ଚଳି ଯାଉଥିଲେ। ତେବେ ଗତ ବୁଧବାର ଦିନ ଏକୁଟିଆ ରହୁଥିବା ଘରେ କୌଣସି କାରଣବଶତଃ ସରସ୍ବତୀଙ୍କ ମୃତ୍ୟୁ ହୋଇଥିଲେ। ଘରୁ ଦୁର୍ଗନ୍ଧ ବାହାରିବାରୁ ଗାଁ ଲୋକ ଏହି କଥା ଜାଣିଲେ କିନ୍ତୁ ସାମାଜିକ ପରଂପରା ଯୋଗୁଁ ପ୍ରଥମେ ପୁଅ ଟଙ୍କକୁ ଖବର ଦିଆଗଲା। ମା’ଙ୍କ ଶବ ସତ୍କାର କରିବାକୁ ଟଙ୍କ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। ସ୍ଥାନୀୟଅଞ୍ଚଳରେ ପରମ୍ପରା ରହିଛି ଯେ କେବଳ ପରିବାରଲୋକ ଶବସତ୍କାର କରିବେ। ତେଣୁ ଗ୍ରାମବାସୀ ମନା କରିଦେଇଥିଲେ। ପରେ ପୁଅ ଟଙ୍କ କେରଳରେ ରହି ବାତେଲଲିମା ବିଜୁ ଯୁବ ବାହିନୀକୁ ଏସବୁ ବିଷୟରେ ଜଣାଇଥିଲେ। ଏହା ପରେ ବାତେଲଲିମା ବିଜୁ ଯୁବ ବାହିନୀ ସଭାପତି ମୁରଲୀ ନାଏକ, ସଂପାଦକ ଶିବ ମାଝୀ, ବାତେଲଲିମା ସରପଞ୍ଚଙ୍କ ସ୍ୱାମୀ ଦାନେ ମାଝୀ ଓ ବିଜୁ ଯୁବ ବାହିନୀର ସମସ୍ତ ସଦସ୍ୟ ମାନେ ଏକତ୍ର ହୋଇ ଶୁକ୍ରବାର ସକାଳ ୧୦ଟା ସମୟରେ ସରସ୍ୱତୀଙ୍କ ଶବ ସତ୍କାର କରିଥିଲେ। ଟଙ୍କ ବର୍ତ୍ତମାନ ଟ୍ରେନରେ ଆସୁଥିବା ବେଳେ କେରଳ ରାଜ୍ୟରୁ ଗାଁକୁ ପହଁଚିବା ପାଇଁ ଆଉ ୨ ଦିନ ହେବ। ସେଥିପାଇଁ ବାତେଲଲିମା ବିଜୁ ଯୁବ ବାହିନୀର ଏପରି ମହତ କାମକୁ ସେ କୃତଜ୍ଞତା ଜଣାଇଛନ୍ତି। ବିଜୁ ଯୁବ ବାହିନୀର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories