www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱ ରେଡିଓ ଦିବସ : ଚଳିତ ବର୍ଷର ବାର୍ତ୍ତା ‘ରେଡିଓ ଓ ବିବିଧତା’

ଭୁବନେଶ୍ବର : ଆଜି ‘ବିଶ୍ୱ ରେଡିଓ’ ଦିବସ। ଜନସାଧାରଣଙ୍କ ମଧ୍ୟରେ ରେଡିଓର ଗୁରୁତ୍ୱ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ
ପ୍ରତିବର୍ଷ ଫେବୃଆରୀ ୧୩ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତବର୍ଷ ବିଶ୍ୱ ରେଡ଼ିଓ ଦିବସର ବାର୍ତ୍ତା ହେଉଛି ‘ରେଡିଓ ଓ ବିବିଧତା’। ଏହି ଅବସରରେ ବାର୍ତ୍ତା ଦେଇ ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରସ୍‍ କହିଛନ୍ତି ରେଡ଼ିଓ ଲୋକଙ୍କୁ ଏକାଠି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

ରେଡିଓ ଏକ ଲୋକପ୍ରିୟ ଓ ବହୁଳ ପ୍ରସାରିତ ଗଣମାଧ୍ୟମ। ଯେତେବେଳେ କୌଣସି ଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟ କରି ନ ଥାଏ ସେତେବେଳେ ରେଡିଓ ହିଁ କାର୍ଯ୍ୟ କରିଥାଏ। ପୁଣି ପ୍ରାକୃତିକ ଦୁର୍ବିପାକ ସମୟରେ ରେଡିଓର ଗୁରୁତ୍ବ ବୃଦ୍ଧି ପାଇଥାଏ । ଏବେ ଗୋଷ୍ଠୀ ବେତାର କେନ୍ଦ୍ର ବା କମ୍ୟୁନିଟି ରେଡିଓ ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ହୋଇ ପଡିଛି।

- Advertisement -

ମଣିଷ ଜୀବନରେ ରେଡିଓର ଭୂମିକା ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ସ୍ପାନିସ ରେଡିଓ ଏକାଡେମୀ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହା ଅନୁମୋଦନ ଲାଭ କରିବା ପରେ ୨୦୧୨ରୁ ପ୍ରତିବର୍ଷ ଫେବୃଆରୀ ୧୩ ତାରିଖକୁ ‘ବିଶ୍ୱ ରେଡିଓ’ ଦିବସ ଭାବେ ପାଳନ କରାଯାଉଛି।

ଏହି ଅବସରରେ  ପ୍ରସାର ଭାରତୀ(ଭାରତୀୟ ପ୍ରସାରଣ ନିଗମ)ର  ସିଇଓ ଶଶୀଶେଖର ଭେମ୍ପତି ଆକାଶବାଣୀ ପକ୍ଷରୁ ରେଡ଼ିଓର ଲୋକପ୍ରିୟତା ବୃଦ୍ଧି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ୧୯୩୬ମସିହାରେ ଆକାଶବାଣୀ ନିଜର ପ୍ରସାରଣ ଆରମ୍ଭ କରିବା ଦିନଠାରୁ ଏହା ଦିନକୁଦିନ ବିକାଶ କରିଚାଲିଛି। ବିଶ୍ବର ସର୍ବବୃହତ ସମ୍ବାଦ ସେବା ନେଟୱାର୍କ ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ଏବେ ୯୨ଟି ଭାଷା ଓ ଉପଭାଷାରେ ପ୍ରତିଦିନ ୬୦୭ଟି ବୁଲେଟିନ୍‍(ସମ୍ବାଦ)ପ୍ରସାରିତ ହେଉଛି।

ଭୁବନେଶ୍ବରରେ ବିଗତ କିଛି ବର୍ଷ ଧରି ‘ଆଉଟରିଚ୍’ ପକ୍ଷରୁ ‘ବିଶ୍ୱ ରେଡିଓ’ ଅବସରରେ ରେଡିଓ ରେଡିଓ ମେଳା ଆୟୋଜନ କରାଯାଉଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories