www.samajalive.in
Tuesday, December 9, 2025
17.1 C
Bhubaneswar

ଉପାନ୍ତରେ ଉପସ୍ଥାନ ବଢ଼ାଇବାକୁ ସ୍କୁଲକୁ ଟ୍ରେନ୍‌ ରୂପରେ ସଜାଇଲେ ଶିକ୍ଷକ

କାଲିମେଳା : ସ୍ବାଧୀନତାର ଅନେକ ବର୍ଷ ପରେ ବି ଆଦିବାସୀ ଅଧ୍ୟୁସିତ ମାଲକାନଗିରି ଜିଲାକୁ ରେଳ ସଂଯୋଗ ହୋଇପାରି ନ ଥିବା ବେଳେ ସେଠାକାର ଅଧିକାଂଶ ଆଦିବାସୀ ଟ୍ରେନ୍‌ ଦେଖି ନାହାନ୍ତି। ମାତ୍ର ସେମାନଙ୍କ ପିଲାମାନେ ଟ୍ରେନରେ ବସି ପାଠପଢ଼ି ଭବିଷ୍ୟତ ଗଢ଼ିବା ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଅଭିନବ ଦୃଶ୍ୟ ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଅନନ୍ତପାଲ୍ଲୀ ଏସ୍ଏସ୍‌ଡି ହାଇସ୍କୁଲରେ ଦେଖିବାକୁ ମିଳିଛି। ଉକ୍ତ ସ୍କୁଲର ପିଲା ସତସତିକା ଟ୍ରେନରେ ବସି ପାଠ ପଢ଼ି ନାହାନ୍ତି ସତ; ମାତ୍ର ଜଣେ ଶିକ୍ଷକଙ୍କ ଉଦ୍ୟମରେ ସ୍କୁଲରେ ଅଙ୍କା ଯାଇଥିବା ଟ୍ରେନ୍ ସଦୃଶ୍ୟର ଚିତ୍ର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିଛି। ସତସତିକା ଟ୍ରେନ୍ ପରି ସ୍କୁଲଟି ଦେଖାଯାଉଛି ଆଉ ତାହାରି ଭିତରେ ବସି ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ସ୍ମରଣଯୋଗ୍ୟ, ଅନନ୍ତପାଲ୍ଲୀ ସ୍କୁଲ ୧୯୬୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଉକ୍ତ ସ୍କୁଲ ଜିଲାର ବହୁ ପୁରାତନ ଭାବେ ଜଣାଶୁଣା। ବର୍ତ୍ତମାନ ପ୍ରାୟ ୩୭୩ ଛାତ୍ରଛାତ୍ରୀ ଶିକ୍ଷା ଅର୍ଜନ କରୁଛନ୍ତି। ଉକ୍ତ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ନନ୍ଦ ମୁଦୁଲିଙ୍କ ପ୍ରଚେଷ୍ଟାରେ ଏହି ଚିତ୍ର କରାଯାଇଥିଲା। ପରେ ତାଙ୍କର ବଦଳି ଅନ୍ୟ ସ୍କୁଲକୁ ହୋଇଯାଥିଲା। ଉକ୍ତ ଚିତ୍ର କରାଯିବାର ଏକ ବର୍ଷ ପରେ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ ଉମାଚରଣ ପଟ୍ଟନାୟକ। ସେହିଦିନଠାରୁ ଅନନ୍ତପାଲ୍ଲୀ ବିଦ୍ୟାଳୟର ଶିକ୍ଷା, ବିଦ୍ୟାଳୟର ରୂପରେଖ ଇତ୍ୟାଦିରେ ପରିବର୍ତ୍ତନ ଦେଖାଦେଇଛି। ପାଠପଢ଼ା ପ୍ରତି ପିଲାଙ୍କ ଏକାଗ୍ରତା ବଢ଼ାଇବା ପାଇଁ ବିଦ୍ୟାଳୟ ଶ୍ରେଣୀ ଗୃହକୁ ଟ୍ରେନ୍‌ ରୂପରେ ରଙ୍ଗ ଦିଆଯାଇ ଛାତ୍ରଛାତ୍ରୀଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ଶିକ୍ଷକ। ଏହାଛଡ଼ା ବିଦ୍ୟାଳୟ ପରିସରରେ ବଗିଚା, ପନିପରିବା ଏବଂ ଖେଳକୁଦ ପାଇଁ ସ୍ଥାନ ପ୍ରସ୍ତୁତି କରିବା ଭଳି ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି।

- Advertisement -

ପରିତାପର ବିଷୟ ଯେ, ଏତେ ପ୍ରୟାସ ପରେ ବି ବର୍ଷ ହେବ ହାଇସ୍କୁଲ ମାନ୍ୟତା ପାଇଥିବା ଏହି ବିଦ୍ୟାଳୟରେ ଶିକ୍ଷକ ପଦବି ପୂରଣ ହୋଇପାରି ନାହିଁ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନନ୍ତପାଲ୍ଲୀର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଳେ ହାଇସ୍କୁଲ ପାଇଁ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି। ପ୍ରଧାନ ଶିକ୍ଷକ ଉଚ୍ଚ ଅଧିକାରୀଙ୍କୁ ବହୁ ଥର ଅବଗତ କରିଥିବା କହିଛନ୍ତି। ପୂର୍ବତନ ପ୍ରଧାନ ଶିକକ ଶ୍ରୀ ମୁଦୁଲିଙ୍କ ପ୍ରଚେଷ୍ଟାରେ ଉକ୍ତ ସ୍କୁଲର ଚିତ୍ର କରାଯାଇଥିଲା। ଏବେ ସମସ୍ତ ବାଧାବିଘ୍ନକୁ ଖାତିର ନ କରି ଅନନ୍ତପାଲ୍ଲୀ ବିଦ୍ୟାଳୟକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ଚେଷ୍ଟା କରି ଚାଲିଛି ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଉମାଚରଣ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories