www.samajalive.in
Monday, December 8, 2025
27.1 C
Bhubaneswar

ବିଜେପିର ଦିଲ୍ଲୀ ପରାଜୟର ପ୍ରମୁଖ କାରଣ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ସବୁତକ ଆସନ ଦଖଲ କରିଥିବା ବିଜେପି ଏହାର ବର୍ଷଟିଏ ନ ପୂରୁଣୁ ବିଧାନସଭା ନିର୍ବାଚନରେ କାହିଁକି ବିପର୍ଯ୍ୟୟର ସମ୍ମୁଖୀନ ହେଲା ତାହାର ନାନା କାରଣକୁ ନେଇ ଆଲୋଚନା ଚାଲିଛି। ଏହାର କିଛି ପ୍ରମୁଖ କାରଣ ଏଠାରେ ଉପସ୍ଥାପନ କରୁଛୁ।

୧- କେଜରିୱାଲ ସକାରାତ୍ମକ ରଣକୌଶଳ। ବିଜେପି ସମସ୍ତ ରାଜନୈତିକ ଲକ୍ଷ୍ମଣରେଖା ଅତିକ୍ରମ କରି କେଜରିୱାଲଙ୍କ ଉପରେ ରାଜନୈତିକ ସହିତ ବ୍ୟକ୍ତିଗତସ୍ତରକୁ ଆସି ଆକ୍ରମଣ ଜାରି ରଖିଥିଲାବେଳେ କେଜରିୱାଲ ଏଥିରେ ଆଦୌ ବିଚଳିତ ହୋଇ ନ ଥିଲେ; ବରଂ ଅତି ନମ୍ରତାର ସହ ଏହାକୁ ମୁକାବିଲା କରିଥିଲେ। ଏହା ସମଗ୍ର ରାଜ୍ୟ କେବଳ ନୁହେଁ; ସାରା ଦେଶକୁ ତାଙ୍କ ସପକ୍ଷରେ ଏକ ସକାରାତ୍ମକ ବାର୍ତ୍ତା ଦେଇଥିଲା। ଏଭଳି ହୀନ ଆକ୍ରମଣ ପାଇଁ ଦିଲ୍ଲୀବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସାରଥି ଅମିତ ଶାହାଙ୍କୁ ଦାୟୀ କରିଥିଲେ। ପୂର୍ବରୁ ବିଜେପି ଏଭଳି ରଣକୌଶଳରେ ବିଫଳତା ପାଇଥିଲେ ସୁଦ୍ଧା ଏଠାରେ ଏହାର ପରିବର୍ତ୍ତନ କରି ନ ଥିଲା।

୨- ବିକାଶ ପ୍ରସଙ୍ଗକୁ କେଜରିୱାଲ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇଥିଲେ ମଧ୍ୟ ବିଜେପି ନେତୃବୃନ୍ଦ ଏଥିରେ ବିଫଳ ହୋଇଥିଲେ। ‘ଭାଷଣରେ ବିକାଶ ହୁଏ ନାହିଁ’ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଜେପି ଅସଲ ପ୍ରସଙ୍ଗରୁ ଦୂରେଇ ରହିଥିଲା ଏବଂ ସାହିନବାଗ୍‌ ଉପରେ ଗୁରୁତ୍ବାରୋପ କରିଥିଲା। ଏହି ପ୍ରସଙ୍ଗରେ ବିଜେପି ନେତାଙ୍କ ଅତ୍ୟନ୍ତ ଘୃଣ୍ୟ ମନ୍ତବ୍ୟ ଓ ଅତ୍ୟଧିକ ନକାରାତ୍ମକ ପ୍ରଚାର ଦଳ ପାଇଁ କାଳ ହେଲା। ମଧ୍ୟବିତ୍ତ ବର୍ଗ ବିଜେପିଠାରୁ ଦୂରେଇ ଗଲେ। କେଜରିୱାଲଙ୍କୁ ବିଜେପି ଯେତେ ଅଧିକ ଗାଳିଦେଲା ସେ ସେତେ ଅଧିକ ଲାଭବାନ୍‌ ହେଲେ। କେଜରିୱାଲଙ୍କୁ ‘ଆତଙ୍କବାଦୀ’ ବୋଲି ଆକ୍ଷେପ କରିବା ଓ ‘ଗୋଲି ମାରୋ’ ସ୍ଲୋଗାନ୍‌ ଦେବା ବିଜେପିର କ୍ଷତି କଲା।

- Advertisement -

୩- ବିଧାନସଭା ନିର୍ବାଚନରେ ସ୍ଥାନୀୟ ପ୍ରସଙ୍ଗ ବା ରାଜ୍ୟର ସମସ୍ୟା ଗୁରୁତ୍ବ ରଖିଥାଏ; କିନ୍ତୁ ବିଜେପି ପୁନର୍ବାର ଏଥିପ୍ରତି ଅବହେଳା କରି ରାଷ୍ଟ୍ରୀୟ ପ୍ରସଙ୍ଗକୁ ଗୁରୁତ୍ବ ଦେଇଥିଲା; ଯାହା ପୁନର୍ବାର ଭୁଲ୍‌ ପ୍ରମାଣିତ ହେଲା। ଅପରପକ୍ଷରେ ଆପ୍‌ ଅତ୍ୟନ୍ତ ଶାଳୀନତାର ସହ ବିକାଶ କଥା କହିଲା ଏବଂ ରାଷ୍ଟ୍ରୀୟ ପ୍ରସଙ୍ଗରେ ନିରପେକ୍ଷତା ଅବଲମ୍ବନ କଲା। ଏମିତିକି ସାହିନବାଗ ପ୍ରସଙ୍ଗକୁ ଆପ୍‌ ନେତାମାନେ ଏଡ଼ାଇଯିବା ଏକ ଚତୁର କାର୍ଯ୍ୟ ଥିଲା। ଏହାଦ୍ବାରା ଦଳକୁ ସାମ୍ପ୍ରଦାୟିକ ଚେହେରାଠାରୁ ଦୂରେଇ ରଖାଯାଇପାରିଲା। ସାହିନବାଗ୍‌ ପ୍ରସଙ୍ଗ ଯୋଗୁଁ ଦିଲ୍ଲୀର ୧୪ପ୍ରତିଶତ ମୁସଲମାନ ଭୋଟର ବିଜେପିଠାରୁ ଦୂରେଇ ଯାଇଥିଲେ।

୪- ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରି ବିଜେପି ଭୁଲ୍‌ କଲା। କେଜରିୱାଲ ଏଥିପାଇଁ ବିଜେପି କଣ୍ଟ ସହିତ ଆହ୍ବାନ ଦେବା ଓ ବିଜେପି ଏଥିରେ ପଛଘୁଞ୍ଚା ଦେବା ଦଳକୁ ଅଡ଼ୁଆରେ ପକାଇଲା। କେଜରିୱାଲଙ୍କ ତୁଲ୍ୟ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଜେପିରେ ନ ଥିବା ପ୍ରଚାର ହେଲା। କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପସ୍ଥାପନ କରିଥିଲେ ହୁଏତ ବିଜେପିକୁ ଲାଭ ମିଳିଥାଆନ୍ତା।

୫-କେଜରିୱାଲ ଗତ ପ୍ରାୟ ୬ ମାସ ପୂର୍ବରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଏଥିପାଇଁ ରଣକୌଶଳ ଚୂଡ଼ାନ୍ତ କରିଥିଲେ। ଛାତ୍ରୀ ଓ ମହିଳାଙ୍କୁ ମାଗଣା ବସ୍ ଓ ମେଟ୍ରୋ ଟ୍ରେନ୍‌ ସେବା, ପାନୀୟ ଜଳ, ବିଜୁଳି ଓ ଶିକ୍ଷାକ୍ଷେତ୍ରରେ କେଜରିୱାଲଙ୍କ କାର୍ଯ୍ୟ ତାଙ୍କୁ ଲୋକଙ୍କ ମଧ୍ୟରେ ବାନ୍ଧି ରଖିଥିଲାବେଳେ ବିଜେପି ମୋଦୀ ହାୱା ଉପରେ ଭରସା ରଖି ପ୍ରସ୍ତୁତିରେ ବିଳମ୍ବ ସହ ଅନେକ ଭୁଲ୍‌ କରିବସିଥିଲା। ମହିଳାଙ୍କ ଭୋଟ୍‌ ଆପ୍‌ ସପକ୍ଷରେ ଅଜାଡ଼ି ହୋଇପଡ଼ିଥିଲା। ଆପ୍‌କୁ ୫୩ପ୍ରତିଶତ ପୁରୁ​‌ଷ ଓ ୫୯ପ୍ରତିଶତ ମହିଳା ଭୋଟ୍‌ ମିଳିଥିବାବେଳେ ଅବଶିଷ୍ଟ ୬ ପ୍ରତିଶତ ହିଁ ନିର୍ଣ୍ଣାୟକ ଥିଲା।

୬- କେଜରିୱାଲ ହନୁମାନ ଚାଳିଶା ବୋଲିବା ଓ ମନ୍ଦିର ଯିବା ଦ୍ବାରା ବି​ଜେପିର ହିନ୍ଦୁ ଭୋଟ ବିଭାଜିତ ହୋଇଥିଲା। କେଜରିୱାଲଙ୍କର ଏହା ଏକ ନୂଆ ରଣକୌଶଳ ଥିଲା।

୭-ଅତ୍ୟଧିକ ଆତ୍ମବିଶ୍ବାସ ବିଜେପିକୁ ସବୁ ଯୋଜନା ସତ୍ତ୍ବେ ଜନତାଙ୍କଠାରୁ ଦୂରେଇ ଦେଲା। ମୋଦୀ ଭରସା ଓ ତିନି ତଲାକ, ସିଏଏ, ୩୭୦ଧାରା ଉଚ୍ଛେଦ ଆଦି ପ୍ରସଙ୍ଗ ଦିଲ୍ଲୀ ଭୋଟରଙ୍କ ଉପରେ ପ୍ରଭାବ ପକାଇପାରିଲା ନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories