www.samajalive.in
Tuesday, December 9, 2025
17.1 C
Bhubaneswar

‘କଭି ଇଦ୍‍ କଭି ଦିୱାଲୀ’: ସଲମାନଙ୍କ ନାୟିକା ସାଜିବେ ପୂଜା ହେଗଡ଼େ

ମୁମ୍ବଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘କଭି ଇଦ୍‍ କଭି ଦିୱାଲୀ’ର ଘୋଷଣା ହୋଇସାରିଛି। ଚଳଚ୍ଚିତ୍ର ବିଷୟରେ ଘୋଷଣା ହେବା ପରଠାରୁ ସିନେପ୍ରେମୀମାନେ ଚଳଚ୍ଚିତ୍ରରେ ସଲମାନଙ୍କ ନାୟିକା କିଏ ସାଜିବେ, ସେ ବିଷୟରେ ଜାଣିବା ପାଇଁ ବେଶ୍‍ ଆଗ୍ରହୀ ଥିଲେ। ତେବେ ଚଳଚ୍ଚିତ୍ରର ନାୟିକାଙ୍କ ବିଷୟରେ ଏବେ ସୂଚନା ମିଳିଛି। ନିକଟରେ ଏକ ସୂତ୍ରରୁ ଜଣାପଡ଼ିଛି, ଅଭିନେତ୍ରୀ ପୂଜା ହେଗଡ଼େ ‘କଭି ଇଦ୍‍ କଭି ଦିୱାଲୀ’ରେ ସଲମାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ। ସୂଚନାଯୋଗ୍ୟ, ପୂଜା ‘ହାଉସଫୁଲ୍‍-୪’ରେ ଅକ୍ଷୟ କୁମାରଙ୍କ ନାୟିକା ସାଜିଥିଲେ ଓ ହ୍ରିତିକ୍‍ ରୋଶନଙ୍କ ସହ ତାଙ୍କୁ ‘ମହେଞ୍ଜୋଦାରୋ’ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା।

ଚଳଚ୍ଚିତ୍ରର ପ୍ରଯୋଜକ ସାଜିଦ ନାଡ଼ିଆଡ଼ୱାଲା ଏହି ଖବରକୁ ମଧ୍ୟ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଏହି ଭୂମିକା ପାଇଁ ପୂଜା ସମ୍ପୂର୍ଣ୍ଣ ଉପଯୁକ୍ତ। ସେ ଏହି କାହାଣୀରେ କିଛି ନୂତନତ୍ୱ ଆଣି ପାରିବେ ବୋଲି ଆଶା ରହିଛି।

- Advertisement -

ସୂଚନାଯୋଗ୍ୟ, ‘କଭି ଇଦ୍‍ କଭି ଦିୱାଲୀ’ ଏକ ଫ୍ୟାମିଲି-ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ଏଥିରେ ନାୟକ ଓ ନାୟିକାଙ୍କ ସ୍ୱଭାବ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories