www.samajalive.in
Sunday, December 7, 2025
23.1 C
Bhubaneswar

ହାରିବ ବୋଲି ଜାଣିଥିଲା କି ବିଜେପି? ଅମିତ୍ ଶାହାଙ୍କ ଏହି ପୋଷ୍ଟରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଆଗୁଆ ରହିଥିବା ଜଣାପଡିଛି।  ଦିନ ୧୨ଟା ସୁଦ୍ଧା ଆପ୍‌ ୫୮ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୧୨ଟି ଆସନରେ ଆଗୁଆ ରହିଛି। ଦିଲ୍ଲୀସ୍ଥିତ ଆପ୍ କାର୍ଯ୍ୟାଳୟ ଧଳା ଓ ନୀଳ ବେଲୁନରେ ସଜା ହୋଇଥିବା ବେଳେ କର୍ମକର୍ତ୍ତାଙ୍କ ମହଲରେ ଖୁସିର ଲହରି ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ନୂଆଦିଲ୍ଲୀସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟ ଶୂନଶାନ୍‌ ରହିଛି।

ଏହା ମଧ୍ୟରେ ବିଜେପିର ଏକ ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପୋଷ୍ଟରରେ ଲେଖା ହୋଇଛି ଯେ, ‘ବିଜୟରେ ଆମେ ଅହଂକାରୀ ହୋଇନଥାଉ ଏବଂ ପରାଜୟରେ ନିରାଶ ହୋଇନଥାଉ’। ଏହି ପୋଷ୍ଟରରେ ଅମିତ୍ ଶାହାଙ୍କ ଫଟୋ ରହିଛି। ଏଥିରୁ ଜଣାପଡୁଛି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ହାରିବ ବୋଲି ପୂର୍ବାନୁମାନ କରି ସାରିଥିଲା।

- Advertisement -

୨୦୧୫ ବିଧାନସଭା ନିର୍ବାଚନରେ ଆପ୍ ଦିଲ୍ଲୀରେ ସରକାର ଗଢିଥିଲା। ୭୦ଟି ଆସନରୁ ଆପ୍ ୬୭ଟି ଆସନରେ ଜିତି ଥିବା ବେଳେ ବିଜେପି କେବଳ ୩ଟି ଆସନ ହାସଲ କରିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories