www.samajalive.in
Wednesday, December 10, 2025
26.1 C
Bhubaneswar

ମହିଳାଙ୍କ ଦ୍ୱାରା ପୋଖରୀ ସଫେଇ

ପୁରୀ : ବ୍ରହ୍ମଗିରି ଥାନା ଅଧୀନ ରେବଣାନୂଆଗାଁ ଗ୍ରାମର ମହିଳାମାନେ ସେମାନଙ୍କ ଗ୍ରାମକୁ ସଫେଇ କରିଛନ୍ତି। ଟ୍ରାନ୍ସ ଇଣ୍ଡିଆ ଓ ଗୁଞ୍ଜ ଇଣ୍ଟରନ୍ୟାସନାଲ ​‌ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଗ୍ରାମର ମହିଳାମାନଙ୍କୁ ସଫେଇ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଗ୍ରାମର ଶତାଧିକ ମହିଳା ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବିଭିନ୍ନ ପୋଖରୀକୁ ସଫେଇ କରିଛନ୍ତି। ପୋଖରୀରୁ ଦଳ କାଢିବା ସହ ତାର ଚତ୍ରୁଃପାର୍ଶ୍ବକୁ ପରିସ୍କାର ପରିଛନ କରିଛନ୍ତି। ଏକମାସ ହେବ ସ୍ଥାନୀୟ ଗ୍ରାମର ବିଭିନ୍ନ ସ୍ୱଂୟସହାୟକ ଗୋଷ୍ଠୀର ମହିଳାମାନେ ରେଣ୍ଡା ଛକରୁ ଗ୍ରାମ ଶେଷ ପର୍ଯ୍ୟନ୍ତ ପୁରୀ-ସାତପଡା ଜାତୀୟ ରାଜପଥକୁ ପରିଷ୍କାର କରୁଛନ୍ତି। ପ୍ରାୟ ୫ଶହ ମହିଳା ଏହି କାର୍ଯ୍ୟରେ ସାମିଲ ହୋଇଥିଲେ। ସଫେଇ କାର୍ଯ୍ୟକ୍ରମ ପରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ସଞ୍ଜୟ ପ୍ରଧାନ ସେଥିରେ ଅଧ୍ୟକ୍ଷତା କରିଥିଲେ। ସ୍ବେଚ୍ଛାସେବୀ ସଙ୍ଗଠନ ସଂଯୋଜକ ସୁରେଶ କୁମାର ଓ ଅଶୋକ କୁମାର ସେଥିରେ ଯୋଗ ଦେଇ ମହିଳାଙ୍କ ସଫେଇ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସମାଜସେବୀ ଧିରେନ୍ଦ୍ର କୁମାର ଜଗଦ୍ଦେବ, ପ୍ରବୀଣ ରଣସିଂହ ଓ ଜଳନ୍ଧର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହିଳା ସଂଘର ସଭାପତି ସତ୍ୟଭାମା ବରାଳ, ସମ୍ପାଦକ ଊର୍ମିଳା ମିସ୍ତ୍ରୀ, ଉପ ସଭାପତି ଶୋରନ ପ୍ରଭା ମହାନ୍ତି, ସମ୍ପାଦିକା ଊର୍ମିଳା ମିସ୍ତ୍ରୀ, ସୁକାନ୍ତି ମହାରଣା ପ୍ରତିମା ମୁଦୁଲି, ସୁଷମା ବରାଳ, ରଜନୀ ପ୍ରଧାନ, ସ୍ୱର୍ଣ୍ଣପ୍ରଭା ମହାନ୍ତି ଓ ସରୋଜିନୀ ବରାଳ ସଫେଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories