www.samajalive.in
Monday, December 8, 2025
17.1 C
Bhubaneswar

ରଣଜୀତ ବଚ୍ଚନ ହତ୍ୟାକାଣ୍ଡର ପର୍ଦ୍ଦାଫାସ; ଦ୍ବିତୀୟ ପତ୍ନୀ ସ୍ମୃତି ଶ୍ରୀବାସ୍ତବ ପୁରୁଷ ବନ୍ଧୁ ସହ ମିଶି କରିଥିଲା ହତ୍ୟା ଯୋଜନା

ଲକ୍ଷ୍ନୌ: ବିଶ୍ବ ହିନ୍ଦୁ ମହାସଭାର ଅନ୍ତର୍ଜାତୀୟ ଅଧ୍ୟକ୍ଷ ରଣଜୀତ ବଚ୍ଚନ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ଦ୍ବିତୀୟ ପତ୍ନୀ ସ୍ମୃତି ଶ୍ରୀବାସ୍ତବ ନିଜ ପୁରୁଷ ବନ୍ଧୁ ଦେବେନ୍ଦ୍ର ସହ ମିଶି ରଣଜୀତ ବଚ୍ଚନଙ୍କୁ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛି।

ଲକ୍ଷ୍ନୌ ପୁଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ରଣଜୀତଙ୍କ ଦ୍ବିତୀୟ ପତ୍ନୀ ସ୍ମୃତି ଶ୍ରୀବାସ୍ତବ, ତାଙ୍କର ପୁରୁଷବନ୍ଧୁ ଦେବେନ୍ଦ୍ର ଏବଂ ସଂଜୀତ ଗୌତମଙ୍କୁ ଗିରଫ କରାଯାଇଛି। କିନ୍ତୁ ରଣଜୀତ ଉପରକୁ ଗୁଳି ଚଳାଇଥିବା ଜୀତେନ୍ଦ୍ର ଏପର୍ଯ୍ୟନ୍ତ ଫେରାର ରହିଛି। ସ୍ମୃତି ଶ୍ରୀବାସ୍ତବକୁ ଲକ୍ଷ୍ନୌର ବିକାଶ ନଗରସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିବା ବେଳେ ଦେବେନ୍ଦ୍ରକୁ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସୀମାନ୍ତରୁ ଗିରଫ କରାଯାଇଛି। ସଂଜୀତ ଗୌତମକୁ ଗୁରୁବାର ଦ୍ବିପ୍ରହରରେ ମୋହନଲାଲଙ୍ଗଜରୁ  ଗିରଫ କରାଯାଇଛି।

- Advertisement -

ରଣଜୀତ ବଚ୍ଚନଙ୍କ ଦ୍ବିତୀୟ ପତ୍ନୀ ସ୍ମୃତି ଶ୍ରୀବାସ୍ତବ ନିଜ ପୁରୁଷ ବନ୍ଧୁ ଦେବେନ୍ଦ୍ରଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିରେ ବାଧା ଦେଉଥିଲେ ରଣଜୀତ ବଚ୍ଚନ। ସେ ସ୍ମୃତିଙ୍କୁ ଛାଡପତ୍ର ଦେଉନଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଦେବେନ୍ଦ୍ର ସ୍ମୃତିକୁ ଉସୁକାଇ ଥିଲେ। ପରେ ଉଭୟ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ସଂଜୀତଙ୍କୁ ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ କରିଥିଲେ। ସଂଜୀତ କାର ଚଳାଇ ସୁଟର ଜିତେନ୍ଦ୍ରକୁ ହଜରତଙ୍ଗଜସ୍ଥିତ ବିଜେପି ମୁଖ୍ୟାଳୟ ନିକଟରେ ଛାଡି ଦେଇଥିଲା। ସେଠାରୁ ଜିତେନ୍ଦ୍ର ରଣଜୀତଙ୍କ ପଛେପଛେ ଗ୍ଲୋବ ପାର୍କ ପର୍ଯ୍ୟନ୍ତ ଯାଇ ତାଙ୍କୁ ଗୁଳି କରି ହତ୍ୟା କରିଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories