www.samajalive.in
Thursday, December 11, 2025
23.1 C
Bhubaneswar

ସୀନା ବୋରା ହତ୍ୟାକାଣ୍ଡ : ଜାମିନ ମିଳିବା ପରେ ମଧ୍ୟ ଜେଲରେ ରହିବେ ପିଟର ମୁଖାର୍ଜୀ

ମୁମ୍ବଇ : ହାଇପ୍ରୋଫାଇଲ୍ ସୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସ୍ବାମୀ ପିଟର ମୁଖାର୍ଜୀଙ୍କୁ ଗୁରୁବାର ଜାମିନ ମିଳିଛି। ବମ୍ବେ ହାଇକୋର୍ଟ ମାମଲାର ଶୁଣାଣି କରି ତାଙ୍କ ଜାମିନ ଆବେଦନରେ ମୋହର ଲଗାଇଛନ୍ତି। ମାତ୍ର ଏବେ ୬ସପ୍ତାହ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ଜାମିନ ମିଳିବା ପରେ ହାଇକୋର୍ଟ ସିବିଆଇାର ଅନୁରୋଧ କ୍ରମେ ୬ସପ୍ତାହ ପର୍ଯ୍ୟନ୍ତ ଦେଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି।
ଏହା ପୂର୍ବରୁ ସୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଗତବର୍ଷ ଡିସେମ୍ବର ମାସରେ ମୁମ୍ବଇର ଏକ ବିଶେଷ ଅଦାଲତ ଖାରଜ କରିଦେଇଥିଲେ। ଇନ୍ଦ୍ରାଣୀ ୬ମାସ ପୂର୍ବେ ସ୍ବାସ୍ଥ୍ୟଜନିତ ସମସ୍ୟ ପାଇଁ ଅଦାଲତରେ ଜାମିନ ଆବେଦନ କରିଥିଲେ। ଯାହାକୁ ଅଦାଲତ ଖାରଜ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ, ୨୦୧୨ ଏପ୍ରିଲ ୨୪ରେ ଇନ୍ଦ୍ରାଣୀ ତାଙ୍କ କନ୍ୟା ସୀନା ବୋରାକୁ ସମ୍ପତ୍ତି ଜନିତ ବିବାଦ ହେତୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହାପରେ ଇନ୍ଦ୍ରାଣୀଙ୍କ ସ୍ୱାମୀ ପିଟର ମୁଖାର୍ଜୀଙ୍କୁ ମଧ୍ୟ ୨୦୧୫ ନଭେମ୍ବରରେ ଗିରଫ କରାଯାଇଥିଲା।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories