www.samajalive.in
Wednesday, December 10, 2025
18.1 C
Bhubaneswar

ପରୀକ୍ଷା ବନାମ ମାନସିକ ଚାପ

ସୁପ୍ରଭା ଦାଶ (ଜଗତସିଂହପୁର ) : ଅଧିକାଂଶ ଅଭିଭାବକ ପରୀକ୍ଷା ଆସିବା ପୂର୍ବରୁ ପିଲାମାନଙ୍କ ଉପରେ ଚାପ ପ୍ରୟୋଗ କରିଥାନ୍ତି । ଏହା ଆଦୌ ଶୁଭଙ୍କର ନୁହେଁ ।
ହଁ, ବର୍ଷ ତମାମ ପାଠ ପଢ଼ାର ଶେଷକୁ ଆସିଥାଏ ପରୀକ୍ଷା… ଜୀବନର ସଫଳତାର ପାହାଚ ଉଠିବାରେ ପରୀକ୍ଷାଟା ଯେମିତି ଗୋଟାଏ ମାଇଲଖୁଣ୍ଟ  । ତେବେ କାଗଜ କଲମରେ ପରୀକ୍ଷା ବ୍ୟତୀତ ଜୀବନର ସବୁ ମୁହୂର୍ତ୍ତରେ ପରୀକ୍ଷା ଲାଗି ରହିଥାଏ ।

ପରୀକ୍ଷା ଋତୁ  ପିଲାମାନଙ୍କ ପାଇଁ ସମ୍ବେଦନଶୀଳ ସମୟ- ଆଗାମୀ ବର୍ଷ ପାଇଁ ନିଜକୁ ପ୍ରସ୍ତୁତ କରିବାର ମାପକାଠି । ଏହା ସତ୍ତ୍ବେ ପରୀକ୍ଷା ସମୟରେ ପିଲାମାନଙ୍କୁ କୌଣସି ପ୍ରକାର ମାନସିକ ଚାପ ପ୍ରୟୋଗ କରିବା ଆଦୌ ଉଚିତ ନୁହେଁ ।

- Advertisement -

ମାନସିକରୋଗ ବିଶେଷଜ୍ଞଙ୍କ ମତରେ- “ରାତି ସାରା ଅନିଦ୍ରା ହୋଇ ପଢ଼ିଲେ ନିକଟରେ ଘଟିଥିବା ଘଟଣା ବା ପୂର୍ବକଥା ଭୁଲି ହୋଇଯାଏ । ପିଲାର ଅନିଚ୍ଛାରେ ତାକୁ ପଢ଼ିବା ପାଇଁ ଚାପ ପ୍ରୟୋଗ କଲେ, ମସ୍ତିଷ୍କରେ ସ୍ମୃତିର ଅବକ୍ଷୟ ହୋଇଯାଏ ।” ତେଣୁ ପରୀକ୍ଷା ସମୟରେ ପିଲାଙ୍କୁ ସବୁବେଳେ ଚାପମୁକ୍ତ ରଖନ୍ତୁ ।

ଚାପ ରହିଲେ ପିଲାକୁ ସବୁବେଳେ ତା’ର ନିଜସ୍ୱ ଆଗ୍ରହ ଅନୁସାରେ ପଢ଼ିବାକୁ ଦିଅନ୍ତୁ । ସବୁବେଳେ ଉତ୍ସାହିତ ହେଲାଭଳି ପରାମର୍ଶ ଦିଅନ୍ତୁ । ପିଲାର ମନକଥା ବୁଝନ୍ତୁ । ସବୁ ବିଷୟରେ ଗୋଟିଏ ପିଲା ଦକ୍ଷ ନ ହୋଇପାରେ । ପିଲା ଯଦି ଗୋଟିଏ ବିଷୟରେ ଆଗ୍ରହ ପ୍ରକାଶ କରୁନଥିବ ସେ ଅନ୍ୟ କେଉଁଥିରେ ଦକ୍ଷ ଥିବ । ପିଲା ଯେଉଁ ବିଷୟ ପ୍ରତି ଆଗ୍ରହ ପ୍ରକାଶ କରୁଥିବ- ସେଇ ବିଷୟ ପ୍ରତି ଧ୍ୟାନଦେଲେ ସେ ସଫଳ ହେବ । ପିଲା ଚାହୁଁନଥିବା ବା ଆଗ୍ରହ ପ୍ରକାଶ କରୁନଥିବା ବିଷୟ ତାକୁ ଦେଲେ ପିଲା ଠିକ ପଢ଼ି ପାରେନି । କେବେ କେମିତି ପିତାମାତା ସେମାନଙ୍କର ଇଚ୍ଛାକୁ ପିଲାମାନଙ୍କ ଉପରେ ଲଦି ଦେଇଥାନ୍ତି ।

ପରୀକ୍ଷା ପୂର୍ବରୁ ପିଲା ଯଥେଷ୍ଟ ଶୋଇବା ଆବଶ୍ୟକ । ଏହା ଦ୍ୱାରା ପୁରୁଣା ସ୍ମୃତିର ପୁନରୁତ୍‌ଥାନ ହୋଇଥାଏ । ପିଲାକୁ ଖୁସି ରଖିବା ପାଇଁ ପ୍ରାକୃତିକ ଦୃଶ୍ୟ, ଯେମିତି ନଦୀକୂଳ, ଝରଣା, ଜଙ୍ଗଲ ଅଞ୍ଚଳ ବା ବିଜ୍ଞାନ ପାର୍କ, ଲାବୋ​‌​ରେ​‌‌ଟୋରୀ ବୁଲାଇ ନିଅନ୍ତୁ । ଭଲ ବୈଜ୍ଞାନିକ ଏବଂ ମହାପୁରୁଷଙ୍କ ଧୈର୍ଯ୍ୟ ଓ ଅଧ୍ୟବସାୟ ଉପରେ ଧାରଣା ଦେଇ ତା’ର ମନୋବଳକୁ ଦୃଢ଼ କରିବା ଉଚିତ । ପିଲା ମାନସିକ ସ୍ତରରେ ଭାଙ୍ଗିପଡ଼ିଲେ ତାକୁ ଉତ୍ସାହିତ କରିବା ସହ ତାକୁ ତା’ର ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂପର୍କରେ ଆଣନ୍ତୁ । ପାଠପଢ଼ା ପାଇଁ ପିଲାଙ୍କୁ କେବେ ଗାଳି କରିବା ଅନୁଚିତ । କୌଣସି ପ୍ରକାର ପରିଶ୍ରମ କାମ ପରେ ପାଠ ପଢ଼ିବା ଅନୁଚିତ । ନିଦକୁ ରୋକି ପାଠ ପଢ଼ିବା ଅନୁଚିତ । ପିଲା ପାଠ ପଢ଼ିବାବେଳେ ଘରର ପରିବେଶକୁ ଅନୁକୂଳ ରଖନ୍ତୁ ଓ ତା’ର ଲୟ ଯେପରି ନ’ଭାଙ୍ଗେ ସେଥିପ୍ରତି ସତର୍କ ରହନ୍ତୁ।

ପିଲାଙ୍କୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ତା’ର ମସ୍ତିଷ୍କକୁ ସମସ୍ତ ପ୍ରକାର କୁଚିନ୍ତା ବା ଚାପରୁ ମୁକ୍ତ ରଖିବା ପାଇଁ ତାକୁ ମଝିରେମଝିରେ ବନ୍ଧୁବାନ୍ଧବଙ୍କ ଘର ବୁଲେଇ ନିଅନ୍ତୁ । ନିଜର ବନ୍ଧୁବାନ୍ଧବଙ୍କ ସହ ମିଶି ସ୍ନେହ ଆଦର ପାଇଲେ- ତା’ ଭିତରେ ପାଠପଢ଼ା ପାଇଁ ଆଗ୍ରହ ଆସେ । ଏବେ ଏକାନ୍ନବର୍ତ୍ତୀ ପରିବାର ସଂଖ୍ୟା କମିଯିବାରୁ ପିଲା ଅନ୍ୟମାନଙ୍କ ସହ ନିଜକୁ ସାମିଲ କରିପାରୁନି ।

ତେଣୁ ପରୀକ୍ଷା ବେଳେ ବା ପୂର୍ବରୁ ଅଭିଭାବକମାନେ ଏମିତି କିଛି ଆଚରଣ କରିବା ଅନୁଚିତ, ଯେଉଁଥିରେ ପିଲା ଚାପଯୁକ୍ତ ହୋଇ ପାଠ ପଢ଼ିବ । ବରଂ ପିଲା କିପରି ନିଜ ଇଚ୍ଛାରେ ଆଗ୍ରହ ସହକାରେ ପାଠ ପଢ଼ିବ, ପରିବାର, ସମାଜ, ଦେଶର ମଙ୍ଗଳ କରିବ, ସେଥିପ୍ରତି ଦୃଷ୍ଟିଦେବା ଅଭିଭାବକମାନଙ୍କ କତ୍ତର୍ବ୍ୟ ହେଉ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories