www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱ କର୍କଟ ଦିବସ : କର୍କଟ ମୁକ୍ତ ରହିବାକୁ ସରଳ ସ୍ୱାସ୍ଥ୍ୟ ଉପକାରୀ ଉପାୟ

ଫେବୃଆରୀ ୪, ବିଶ୍ୱ କର୍କଟ ଦିବସ । କର୍କଟ ରୋଗରେ ପୀଡ଼ିତ ବ୍ୟକ୍ତି ଜୀବନ ଯୁଦ୍ଧରେ ଜିତିବା ସହଜ ନହେଲେ ମଧ୍ୟ କେତେକ ଏହା ସହ ଲଢିବା ପାଇଁ ସଂଘର୍ଷ କରିଥାଆନ୍ତି, ହାର ମାନି ନଥାଆନ୍ତି। ଏହା ସତ୍ୟ ଯେ ବର୍ତ୍ତମାନ ଯାଏଁ କର୍କଟକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବା ପାଇଁ ଔଷଧ ପ୍ରସ୍ତୁତ ହୋଇ ନାହିଁ। ମାତ୍ର ଏପରି କେତେକ କଥା ପ୍ରତି ଆମେ ପୂର୍ବରୁ ଧ୍ୟାନ ରଖିଲେ ଆମ ଶରୀର ଠାରୁ ଏହି ରୋଗକୁ ଦୂରରେ ରଖି ପାରିବା …..
– ପ୍ରତିଦିନ ଅଧିକ ପରିମାଣରେ ସବୁଜ ପନିପରିବା, ଶାଗ,ଚଣା , ଫଳ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଫଳ ଓ ପନିପରିବାରେ ଅଧିକ ଫାଇବର ରହିଛି। ଯାହା ଶରୀରକୁ ବିଭିନ୍ନ ରୋଗ ସହ ଲଢିବାକୁ କ୍ଷମତା ପ୍ରଦାନ କରିଥାଏ। ଫୁଲକୋବି, ବନ୍ଧାକୋବି, ଟମାଟୋ, ଗାଜର ଆଦି ଖାଇବା ଦ୍ୱାରା ଏହା ବିଭିନ୍ନ ପ୍ରକାର କର୍କଟ ରୋଗରୁ ଲଢିବା ପାଇଁ ସାହାଯ୍ୟ କରିଥାଏ।
– ଯେତେ ପାରିବେ ଚିନିର ସେବନ କମ କରନ୍ତୁ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ,  ଚିନିର ଅଧିକ ସେବନ କରିବା ଦ୍ୱାରା କୋଲେଷ୍ଟେରଲ କର୍କଟ ହେବାର ସମ୍ଭାବନା ମହିଳାମାନଙ୍କ ଠାରେ ଅଧିକ ଥାଏ।
– ଖାଦ୍ୟ ପ୍ରସ୍ତୁତ ପାଇଁ ଯେଉଁ ତେଲ ବ୍ୟବହାର କରୁଛନ୍ତି, ପ୍ରଥମେ ତାହାକୁ ପରଖନ୍ତୁ ଯେ ତାହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ? ଅଲିଭ ଅଏଲ କିମ୍ବା ନଡ଼ିଆ ତେଲ ମଧ୍ୟ ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର କରିବା ଲାଭଦାୟକ ବୋଲି କୁହାଯାଏ।
– ଯେତେ ଦୂର ସମ୍ଭବ ବୈଦୁତିକ ଉପକରଣର କମ ବ୍ୟବହାର କରନ୍ତୁ।  ବୈଦୁତିକ ଉପକରଣରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ।
– ନିଜ ଶରୀରର ଓଜନକୁ ସର୍ବଦା ନିୟନ୍ତ୍ରଣ କରି ରଖନ୍ତୁ। ଅଧିକ ମୋଟାପଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
– ନିୟମିତ ଗଜାବୁଟ ଖାଇବା ଦ୍ୱାରା କର୍କଟ ରୋଗ ଠାରୁ ଶରୀରକୁ ଦୂରରେ ରଖି ପାରିବେ ।
– ପ୍ରଦୂଷିତ ବାତାବରଣରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। 
– ଉତ୍ତମ ନିଦ୍ରାରେ ଶୁଅନ୍ତୁ। ଯଥାସମ୍ଭବ ପ୍ରତିଦିନ ୮ ରୁ ୧୦ ଘଣ୍ଟା ଶୋଇବା ପର୍ଯ୍ୟାପ୍ତ ଅଟେ।
– ଧୂମପାନ କିମ୍ବା ନିଶାଯୁକ୍ତ ଦ୍ରବ୍ୟର ସେବନ କରନ୍ତୁ ନାହିଁ।
– ନିୟମିତ ବ୍ୟାୟାମ କରନ୍ତୁ। ଶାରିରୀକ ପରିଶ୍ରମ କରନ୍ତୁ।
– ଅତ୍ୟଧିକ ପରିମାଣରେ ଲୁଣର ସେବନ କରନ୍ତୁ ନାହିଁ।
– ଅତ୍ୟଧିକ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ। ଅଧିକ ଚିନ୍ତା କରିବା ଦ୍ୱାରା ଆମେ ଖାଉଥିବା ଖାଦ୍ୟରୁ ଶରୀର ସଠିକ ଭାବେ ପୋଷଣ ଗ୍ରହଣ କରିପାରେ ନାହିଁ।
ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories