www.samajalive.in
Monday, December 8, 2025
24.1 C
Bhubaneswar

ଆସାମରେ ଜଳୁଛି ନଦୀ, ଦେଖନ୍ତୁ ଭିଡିଓ

ଗୁଆହାଟି: ଆସମ ଦିବ୍ରୁଗଡରେ ଥିବା ଏକ ନଦୀ ତିନି ଦିନ ହେବ ଜଳୁଥିବା ଦେଖିବାକୁ ମିଳିଛି। ନଦୀ ମଧ୍ୟ ଦେଇ ଯାଇଥିବା ତେଲ ପାଇପ୍ ଲାଇନ ଫାଟି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରିନାହିଁ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ସେଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଆସାମ ଦିବ୍ରୁଗଡ ଜିଲାର ସାସୋନି ଗ୍ରାମର ବୁର୍ହି ଦିହିଙ୍ଗ ନଦୀ ମଧ୍ୟ ଦେଇ ଅଏଲ ଇଣ୍ଡିଆ ଲିମିଟେଡର ପାଇପ ଲାଇନ ବିଛା ଯାଇଥିଲା। ଗତ କିଛି ଦିନ ପୂର୍ବେ ନଦୀରେ ତେଲ ଭାସୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ପରେ କୌଣସି କାରଣବଶତଃ ତେଲରେ ନିଆଁ ଲାଗି ଯାଇଥିଲା। ପରେ ଚାହୁଁ ଚାହୁଁ ଏହି ନିଆଁ ନଦୀକୁ ବ୍ୟାପି ଯାଇଥିଲା। କେହି ଅସାମାଜିକ ବ୍ୟକ୍ତି ଏହି ନିଆଁ ଲଗାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ତିନି ଦିନ ଧରି ନଦୀରେ ନିଆଁ ଜଳୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ଲିଭାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇ ସହ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

- Advertisement -

courtesy economic times

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories