www.samajalive.in
Tuesday, December 9, 2025
17.1 C
Bhubaneswar

ହୃଦ୍‌ରୋଗୀ ଏହି ୩ଟି ଖାଦ୍ୟ ଦ୍ରବ୍ୟଠାରୁ ରୁହନ୍ତୁ ଦୂରେଇ

ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁ ଆମକୁ ଅନେକ ମାରାତ୍ମକ ରୋଗର ସମ୍ମୁଖୀନ ହେବାକୁ ପଡ଼ୁଛି। ତନ୍ମଧ୍ୟରୁ ସବୁଠୁ ପ୍ରାଣଘାତୀ ବା ମାରାତ୍ମକ ହେଉଛି ହୃଦ୍‌ରୋଗ। ହୃଦ୍‌ରୋଗୀମାନଙ୍କ ଜୀବନ ଉପରେ ସବୁବେଳେ ବିପଦ ରହିଥାଏ। ତେଣୁ ଏମାନେ ନିଜ ପ୍ରତି ଅଧିକ ସଚେତନ ରହିବା ସହ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଏହା ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଏପରି ୩ଟି ଖାଦ୍ୟଦ୍ରବ୍ୟ ଅଛି ଯାହାଠୁ ହୃଦ୍‌ରୋଗୀ ଦୂରେଇ ରହିବା ଉଚିତ। ଏହା ସେମାନଙ୍କ ପାଇଁ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଖାଦ୍ୟଦ୍ରବ୍ୟଠାରୁ ହୃଦ୍‌ରୋଗୀମାନେ ଦୂରତା ବଜାୟ ରଖିବା ଉଚିତ୍ –

ଅତ୍ୟଧିକ ଚିନିର ବ୍ୟବହାର: ହୃଦ୍‌ରୋଗୀଙ୍କ ପାଇଁ ଅତ୍ୟଧିକ ଚିନିର ସେବନ ଖୁବ୍ ହାନିକାରକ ହୋଇଥାଏ। ଚିନି ପରିବର୍ତ୍ତେ ଗୁଡ଼ର ବ୍ୟବହାର କରିପାରିବେ। ଗୁଡ଼ ପେଟ ଥଣ୍ଡା କରିବା ସହ ଶରୀରରେ ରକ୍ତ ସଂଚାଳନକୁ ମଧ୍ୟ ଠିକ୍ ରଖିଥାଏ।

- Advertisement -

ମଇଦା: ହୃଦ୍‌ରୋଗୀଙ୍କ ପାଇଁ ମଇଦା ସବୁଠୁ ମାରାତ୍ମକ। କାରଣ ଖାଦ୍ୟରେ ମଇଦାର ଅଧିକ ବ୍ୟବହାର ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇଥାଏ। ଫଳରେ ଶରୀରରେ ମୋଟାପଣ ଦେଖାଦିଏ। ଯାହା ଧମନୀର ରାସ୍ତାକୁ ବନ୍ଦ କରିଦିଏ। ଏହାଦ୍ବାରା ହୃଦ୍‌ଘାତ ଆଶଙ୍କା ବୃଦ୍ଧି ପାଇଥାଏ।

ମାତ୍ରାଧିକ ଲୁଣ ଖାଇବା: ମାତ୍ରାଧିକ ଲୁଣ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ। ଯାହାଦ୍ୱାରା ହୃଦ୍‌ଘାତ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ଅଧିକ ଲୁଣ ଖାଇଲେ ବୃକକ୍‌ରେ ସମସ୍ୟା ଉପୁଜିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories