www.samajalive.in
Monday, December 8, 2025
20.1 C
Bhubaneswar

ପିଆଜ ଚୋପାର ଏପରି ବ୍ୟବହାର ବିଷୟରେ ଜାଣିଛନ୍ତି କି ?

ପିଆଜ ଏପରି ଏକ ଖାଦ୍ୟ ଜିନିଷ ଯାହାକୁ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଏହାସହ କେଶ ଓ ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଏ। ପିଆଜ ଖାଇବା ଦ୍ୱାରା ଆମ ଶରୀରକୁ ଖୁବ ଲାଭ ମିଳିଥାଏ ବୋଲି ସଭିଏଁ ଜାଣନ୍ତି। ଏହାର ସେବନ କରିବା ଦ୍ୱାରା କେଶ ଘନ ଓ ତ୍ୱଚା ସୁନ୍ଦର ହୋଇଥାଏ। ମାତ୍ର ଏହା ହୁଏତ ସଭିଏଁ ଜାଣି ନଥିବେ ପିଆଜର ଚୋପାର ମଧ୍ୟ ଖୁବ ଚମତ୍କାରୀ ଗୁଣ ରହିଛି। ଏହା ବହୁ ରୋଗକୁ ଦୂର କରିଥାଏ। ଜାଣନ୍ତୁ ଏହା ବିଷୟରେ ….
ମୁହଁ ପାଇଁ ଲାଭଦାୟକ …
ବହୁ ପୁରୁଷ ଓ ମହିଳାଙ୍କ ମୁହଁରେ ବିଭିନ୍ନ ଦାଗ ଥାଏ। ନିୟମିତ ପିଆଜର ଚୋପାକୁ ବ୍ୟବହାର କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେଥିରେ ମହୁ ଓ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚାର ସମସ୍ତ ଦାଗ ଦୂର ହୋଇଥାଏ।
ପିଆଜର ଚୋପାକୁ ପାଣିରେ ପକାଇ ୮ ଘଣ୍ଟା ରଖି ଦିଅନ୍ତୁ। ଏହାପରେ ଏହାକୁ ସେବନ କରନ୍ତୁ। ଏପରି ପିଆଜ ଚୋପାର ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ଥଣ୍ଡା ସମସ୍ୟା ଦୂର ହୁଏ ….
ବହୁ ସମୟରେ ଥଣ୍ଡା ଜନିତ ସମସ୍ୟା କାରଣରୁ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ସେହି ସମୟରେ ପିଆଜର ଚୋପାକୁ ପାଣିରେ ଫୁଟାଇ ଏହାକୁ ସାମାନ୍ୟ ଥଣ୍ଡା କରନ୍ତୁ। ଏହାପରେ ସେହି ପାଣିକୁ କୁଳୁକୁଳୁ କରନ୍ତୁ। ଏପରି ଦିନକୁ ୨ଥର କରିବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହୋଇଥାଏ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories