www.samajalive.in
Monday, December 8, 2025
20.1 C
Bhubaneswar

ଷ୍ଟ୍ରିଟ୍ ଫୁଡ୍ ପ୍ରେମୀ ସାବଧାନ! କୁକୁଡା ନୁହେଁ ବରଂ କୁକୁର, କାଉ ମାଂସରେ ବିକ୍ରି ହେଉଛି ଲଲିପପ୍ ଓ ବିରିୟାନୀ

ଯଦି ଆପଣ ଷ୍ଟ୍ରିଟ୍ ଫୁଡ୍ ବା ରାସ୍ତା କଡର ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରନ୍ତି, ତେବେ ଏବେଠୁଁ ସାବଧାନ ହୋଇ ଯାଆନ୍ତୁ। କାରଣ ଚିକେନ ନାମରେ କୁକୁର, ବିଲେଇ ଓ କାଉ ମାଂସ ବିକ୍ରି ହେଉଛି। ତାମିଲନାଡୁର ରାମେଶ୍ବରମରୁ ଏଭଳି ଏକ ତାଜା ଘଟଣା ସାମ୍ନାକୁ ଆସିଛି। ବଲିଉଡ୍ ଚଳଚ୍ଚିତ୍ର ‘ରନ୍’ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।

ତାମିଲନାଡୁର ରାମେଶ୍ବରମ ରାସ୍ତା କଡରେ ଶସ୍ତାରେ ଚିକେନ ବିକ୍ରି ହେଉଥିବା ଏକ ଠେଲା ଦୋକାନରେ ଖାଦ୍ୟ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ଚଢାଉ ବେଳେ ଜଣାପଡିଥିଲା ଯେ, ଶସ୍ତାରେ ବିକ୍ରି ହେଉଥିବା ମାଂସ ପ୍ରକୃତରେ ଚିକେନ୍ ନଥିଲା ବରଂ କାଉ ମାଂସ ଥିଲା। କାଉ ମାଂସ ବିକ୍ରି କରିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୫୦ଟି ମୃତ କାଉ ମଧ୍ୟ ଜବତ ହୋଇଛି।

- Advertisement -

ରାମେଶ୍ବର ମନ୍ଦିରର ଜଣେ ଶ୍ରଦ୍ଧାଳୁଙ୍କ ସନ୍ଦେହ ହେବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି ବୋଲି ପୁଲିସ କହିଛି। ଶ୍ରଦ୍ଧାଳୁ ଜଣଙ୍କ ସବୁ ଦିନ ସ୍ଥାନୀୟ କାଉମାନଙ୍କୁ ଖାଇବାକୁ ଦିଅନ୍ତି। କିନ୍ତୁ ଗତ କିଛି ଦିନ ଧରି କାଉମାନେ ଆଉ ଖାଇବାକୁ ଆସୁନଥିଲେ ଏବଂ କିଛି କାଉମାନେ ମରି ପଡିଥିବା ସେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। କାଉମାନଙ୍କୁ ହତ୍ୟା କରାଯାଉଛି ବୋଲି ସେ ସ୍ଥାନୀୟ ଏକ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ କିଛି ଲୋକ ବିଷାକ୍ତ ଚାଉଳ ଖାଇବାକୁ ଦେଇ କାଉମାନଙ୍କୁ ଶିକାର କରୁଛନ୍ତି। କାଉ ମାଂସ ବିକ୍ରି କରୁଥିବା ଲୋକଙ୍କୁ ପଚରା ଯିବାରୁ ସେମାନେ କହିଥିଲେ ଯେ, ଛୋଟ ବା ଉଠା ଦୋକାନଗୁଡିକୁ ଏହି ମାଂସ ବିକ୍ରି କରୁଛୁ। ଏଥିରେ ଚିକେନ୍ ଲଲିପପ୍ ଏବଂ ବିରିୟାନୀ ପ୍ରସ୍ତୁତ କରି ସେମାନେ ବିକ୍ରି କରନ୍ତି। ଯାହା ଦ୍ବାରା ସେମାନେ ଅଧିକ ଲାଭବାନ୍ ହେଉଛନ୍ତି।

ସୂଚନାଯୋଗ୍ୟ, ଏହି ଘଟଣା ଭାରତରେ ପ୍ରଥମ ନୁହେଁ। ମଟନ ଓ ଚିକେନ ନାମରେ ବିଭିନ୍ନ ସ୍ଥାନରେ କୁକୁର ଓ ବିଲେଇ ମାଂସ ବିକ୍ରି ହେଉଛି। ଏହା ପୂର୍ବରୁ ମୁମ୍ବଇ, କଲକାତା ଏବଂ ଚନ୍ନେଇରେ ୨୦୧୮ରେ ଖାଦ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ଘଟଣା ସାମ୍ନାକୁ ଆସିଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories