www.samajalive.in
Monday, December 8, 2025
17.1 C
Bhubaneswar

ରାଷ୍ଟ୍ରପତି କି ସୁପ୍ରିମକୋର୍ଟ ବିଚାରପତି ଭଗବାନ ନୁହନ୍ତି – ନିର୍ଭୟା ଓକିଲ

ନୂଆଦିଲ୍ଲୀ: ବହୁ ବିବାଦିତ ଓ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କ ତରଫରୁ ମାମଲା ଲଢ଼ୁଥିବା ଓକିଲ ଏ.ପି. ସିଂହ କହିଛନ୍ତି, ସୁପ୍ରିମକୋର୍ଟ ବିଚାରପତି ଏବଂ ରାଷ୍ଟ୍ରପତି ଭଗବାନ ନୁହନ୍ତି, ସେମାନଙ୍କ ଦ୍ୱାରା ମଧ୍ୟ ତ୍ରୁଟି ହୋଇପାରେ। ସେହି ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଅଭିଯୁକ୍ତ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନ ଖାରଜ କରିବା ପରେ ତାଙ୍କ ମାମଲା ଲଢ଼ୁଥିବା ଓକିଲ ଏ.ପି. ସିଂହ ଗଣମାଧ୍ୟମକୁ ଏଭଳି ମନ୍ତବ୍ୟ ଦେଇଛନ୍ତି। ଫେବୃଆରୀ ୧ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ତାଉପରେ ରହିତାଦେଶ ଦେବାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲା।।

ଓକିଲ ଏ.ପି. ସିଂହ ସମ୍ବାଦଦାତାମାନଙ୍କୁ କହିଛନ୍ତି, ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ବିଚାରପତି ହୁଅନ୍ତୁ କି ରାଷ୍ଟ୍ରପତି, ସେମାନେ ଭଗବାନ ନୁହନ୍ତି ତେଣୁ ସେମାନେ ଯେ ତ୍ରୁଟି ନ କରିଥିବେ ତାହା କହିହେବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ କ୍ୟୁରେଟିଭ ଆବେଦନରେ ସଠିକ ତଥ୍ୟ ଉପସ୍ଥାପନ କରାଯାଇ ନ ଥିବା ଦର୍ଶାଇ ତାହାକୁ ନାକଚ କରିଦେଇଛନ୍ତି। ଅନ୍ୟ ପକ୍ଷରେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ପବନ କୁମାର ଗୁପ୍ତା ନାବାଳକ ଥିବା ନେଇ ସମୀକ୍ଷା ଆବେଦନ କରାଯିବ ବୋଲି ସିଂହ କହିଛନ୍ତି। ନିର୍ଭୟା ଓକିଲ ସୀମା କୁଶୱାହ କହିଛନ୍ତି ଯେ, ଅଭିଯୁକ୍ତଙ୍କ କ୍ଷେତ୍ରରେ କେବଳ ଦୟା ଆବେଦନ କରିବାକୁ ବାକି ରହିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories