www.samajalive.in
Monday, December 8, 2025
27.1 C
Bhubaneswar

ଯାଜପୁର ଜିଲାପାଳଙ୍କ ଅଭିନବ ପ୍ରୟାସ: ଦକ୍ଷ କର୍ମଚାରୀଙ୍କୁ ପ୍ରଶଂସା ଓ ଠକ କର୍ମଚାରୀଙ୍କୁ…..

ଯାଜପୁର: ଦକ୍ଷ କର୍ମଚାରୀଙ୍କୁ ପ୍ରଶଂସା ଓ ଠକ କର୍ମଚାରୀଙ୍କୁ ଲଜ୍ଜିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଯାଜପୁର ଜିଲାପାଳ ରଞ୍ଜନନ କୁମାର ଦାସ ଏପରି କିଛି କରି ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ୫-ଟି କାର୍ଯ୍ୟକାରୀ ହେଉଥିବା ବେଳେ ସରକାରୀ କାମକୁ ଠିକ୍ ଭାବେ କରିବା ପାଇଁ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି ଜିଲାପାଳ।

ଯେଉଁ ଅଧିକାରୀ ବା କର୍ମଚାରୀ ସେମାନଙ୍କର ଦାୟିତ୍ୱ ତଥା କର୍ତ୍ତବ୍ୟକୁ ସୁଚାରୁ ରୂପେ ନିର୍ବାହ କରୁଛନ୍ତି ସେମାନଙ୍କ ପ୍ରଶଂସା ଓ ଯେଉଁମାନେ କ୍ରମାଗତ ଦୁର୍ବଳ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ସୁଧାରିବାକୁ ସାମାଜିକ ଲଜ୍ଜାର ବ୍ୟବସ୍ଥା କରାଯାଇଛି। ୱାଲ ଅଫ୍ ଫେମ୍ ବା ସେମ୍ ଅର୍ଥାତ୍ କାନ୍ଥରେ ପ୍ରଶଂସା ବା ଲଜ୍ୟାକୁ ପ୍ରଦର୍ଶିତ କରି ସେମାନଙ୍କୁ ଉତ୍ସାହିତ କରାଯିବାର ଏକ ଅଭିନବ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ଜିଲାପାଳ ଦାସ ସୂଚନା ଦେଇଛନ୍ତି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଏହି ଅଭିନବ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଜିଲାପାଳ। ପଞ୍ଚାୟତିରାଜ ବିଭାଗ ଅଧିନରେ କାର୍ୟ୍ୟକାରୀ ହେଉଥିବା ବିବିଧ ଯୋଜନାର ସଫଳ ରୂପାୟନର ମୂଲ୍ୟାଙ୍କନ କରାଯାଇ ମାସିକ ଭାବେ କର୍ମଚାରୀଙ୍କ ନାମ ଓ ଫଟୋ ପ୍ରଦର୍ଶିତ ହେବ। ଏହାଦ୍ୱାରା ପ୍ରତ୍ୟେକଙ୍କ ମଧ୍ୟରେ ଏକ ସ୍ୱଚ୍ଛ ପ୍ରତିଯୋଗିତାର ମନୋଭାବ ବୃଦ୍ଧି ପାଇବ ଓ ସାଧାରଣ ଲୋକଙ୍କୁ ଉନ୍ନତ ସେବା ମିଳିବ ବୋଲି ଜିଲାପାଳ କହିଛନ୍ତି। ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲାପାଳଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories