www.samajalive.in
Wednesday, December 10, 2025
18.1 C
Bhubaneswar

ଡ଼ିଏଫଓଙ୍କ ବିବାଦରେ ଦନ୍ତା ହେଲା ନରହନ୍ତା – ମିଳୁନି ଜାଗା, ଟ୍ରକ ଡ଼ାଲାରେ ଗଜରାଜ

ଯାଜପୁର: ଯାଜପୁର ରୋଡ ବନାଞ୍ଚଳରେ କିଛି ଦିନ ହେବ ଆତଙ୍କ ସୃଷ୍ଟି କରି ଆସୁଥିବା ଅଣ୍ଡିରା ହାତୀକୁ ଶେଷରେ କାବୁ କରାଯାଇଛି। ଜଂଗଲ ବିଭାଗ ପକ୍ଷରୁ ଆଜି ସକାଳେ ହାତୀଟିକୁ ଏକ ଟ୍ରକ ଯୋଗେ ଧୂଳିଗଡ ଜଂଗଲରୁ ବୈରୀ ବନାଞ୍ଚଳ ଅନ୍ତର୍ଗତ କୁସୁନପୁରକୁ ସ୍ଥାନାନ୍ତର କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁ ଏହା ସମ୍ଭବ ହୋଇନଥିବା ଜଣାପଡିଛି। ତେବେ ହାତୀଟିକୁ କୁସୁନପୁର ସ୍ଥିତ ଜଂଗଲ ବିଭାଗର ଡାକ ବଂଗଳାରେ କିଛିଦିନ ପାଇଁ ରଖାଯିବ ଓ ହାତୀଟି ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଘଞ୍ଚ ଜଂଗଲ ମଧ୍ୟରେ ଛାଡି ଦିଆଯିବ ବୋଲି ଯାଜପୁର ରୋଡ ବନାଞ୍ଚଳ ରେଂଜର କହିଥିଲେ ମଧ୍ୟ ସର୍ବଶେଷ ସୂଚନା ଅନୁଯାୟୀ ସେଠାରେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିବାରୁ ଏବେ ଚଣ୍ଡିଖୋଲ ମହାବିଦ୍ୟାଳୟ ଉଦ୍ୟାନ ମଧ୍ୟରେ ରଖାଯାଇଛି।

ଗତକାଲି ସାତ ଘଂଟାର ପରିଶ୍ରମ ପରେ ରାତିରେ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ଆତଙ୍କ ସୃଷ୍ଟି କରିଥିବା ଏହି ଅଣ୍ଢିରା ହାତୀକୁ କାବୁ କରିବା ପାଇଁ ଚନ୍ଦକା ଓ ଓୟୁଏଟିର ପଶୁ ବିଶେଷଜ୍ଞଙ୍କ ସହାୟତା ନିଆଯାଇଥିଲା। ହାତୀଟିକୁ ଟ୍ରକରେ ଚଢାଇବା ପାଇଁ ଦୁଇଟି ଜେସିବି ମେସିନକୁ ମଧ୍ୟ ନିୟୋଜିତ କରାଯାଇଥିଲା। ଦେଖନ୍ତୁ ଭିଡିଓ –

- Advertisement -

ସମ୍ପୃକ୍ତ ଦନ୍ତା ହାତୀଟି ଟମକା ଦୈତାରୀ ରେଞ୍ଜରୁ ଯାଜପୁର ରେଞ୍ଜକୁ ପଳାଇ ଆସିଥିଲା କିନ୍ତୁ ସେ ପୁନର୍ବାର ସେହି ଜଙ୍ଗଲକୁ ଫେରୁଥିବା ବେଳେ ଟମକା ଦୈତାରୀ ରେଞ୍ଜ ଅନ୍ତର୍ଗତ ସ୍ଥାନୀୟ ଲୋକେ ନିଆଁ ହୁଳା ଦେଖାଇ ଘଉଡ଼ାଇ ଦେଇଥିଲେ। ପରେ ହାତୀଟିକୁ ବୈରୀ ରେଞ୍ଜ ମଧ୍ୟକୁ ଛାଡିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେଠାରେ ହାତୀ ଉପରକୁ ରକେଟ ମାଡ କରାଯାଇଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି। ଢେଙ୍କାନାଳ ରେଞ୍ଜରେ ମଧ୍ୟ ସମାନ ଅବସ୍ଥା। ତେବେ ରାଜ୍ୟରେ ଥିବା ବିଭିନ୍ନ ରେଞ୍ଜ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories