www.samajalive.in
Tuesday, December 9, 2025
16.1 C
Bhubaneswar

ସେବାକୁ ଆଧାର କରି ଆଧ୍ୟାତ୍ମିତ ଯୁଗର ଶୁଭାରମ୍ଭ କରିଥିଲେ ରାମକୃଷ୍ଣ ଏବଂ ବିବେକାନନ୍ଦ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାମକୃଷ୍ଣ ମଠ ଓ ମିଶନର ଶତବାର୍ଷିକ କାର୍ଯ୍ୟକ୍ରମ ଶୁକ୍ରବାର ଭୁବନେଶ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ଯୋଗ ଦେଇ କହିଛନ୍ତି ଯେ, ସ୍ବାମୀ ବ୍ରହ୍ମାନନ୍ଦଜୀ ଭୁବନେଶ୍ଵରରେ ଏହି ମିଶନ ପ୍ରତିଷ୍ଠା କରି ଏହାକୁ ଏକ ସୁନ୍ଦର ଆଧ୍ୟାତ୍ମିକ କେନ୍ଦ୍ରରେ ବିକଶିତ କରିଛନ୍ତି। ଏହି ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଶ୍ଵବ୍ୟାପୀ ସାଧୁସନ୍ଥମାନଙ୍କ ପାଇଁ ଏହି ମିଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାକାର ଶାନ୍ତ ପରିବେଶରେ ଆଧ୍ୟାତ୍ମିକତାର ଜ୍ଞାନ ହାସଲ କରୁଥିବା ରାଜଧାନୀବାସୀଙ୍କ ପାଇଁ ଏହି କେନ୍ଦ୍ର ବରଦାନ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଶ୍ରୀ ରାମକ୍ରିଷ୍ଣ ଏବଂ ସ୍ବାମୀ ବିବେକାନନ୍ଦ ମାନବିକତା ଏବଂ ସେବାକୁ ଆଧାର କରି ଆଧ୍ୟାତ୍ମିତ ଯୁଗର ଶୁଭାରମ୍ଭ କରିଥିଲେ। ସ୍ବାମୀଜୀଙ୍କ ଦ୍ବାରା ଭାରତର ଆଧ୍ୟାତ୍ମିକ ଚେତନାର ଉଦ୍ରେକ ହୋଇଥିଲା, ଯାହା ସ୍ବାଧୀନତା ଆନ୍ଦୋଳନକୁ ଶକ୍ତି ଯୋଗାଇଥିଲା। ପରବର୍ତ୍ତୀ ସମୟରେ ଗାନ୍ଧିଜୀ ଏହାକୁ ଆଗକୁ ନେଇଥିଲେ। ଜୀବନରେ ଯେକୌଣସି ସଫଳତାର ଯାତ୍ରା ଆଧ୍ୟାତ୍ମିକ ଚେତନାର ଉଦ୍ରେକରୁ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories