www.samajalive.in
Friday, December 12, 2025
19.1 C
Bhubaneswar

ଏଫଏଟିଏଫ ଧୂସର ତାଲିକାରୁ ବାହାରିପାରେ ପାକିସ୍ତାନ, ଚୀନର ଦୃଢ଼ ସମର୍ଥନ

ବେଜିଂ: କାଶ୍ମୀର ସମେତ ବିଭିନ୍ନ ପ୍ରସଙ୍ଗରେ ପାକିସ୍ତାନ ପଛରେ ଛିଡ଼ା ହୋଇଥିବା ଚୀନ ପୁଣି ଥରେ ତା’କୁ ଦୃଢ଼ ସମର୍ଥନ କରିଛି। ଚଳିତ ସପ୍ତାହରେ ବେଜିଂରେ ହେବାକୁ ଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ବୈଠକ ପୂର୍ବରୁ ଚୀନ ଅନ୍ୟ ସହଯୋଗୀ ଦେଶଗୁଡ଼ିକୁ ପାକିସ୍ତାନକୁ ସମର୍ଥନ କରିବାର ପରିବେଶ ସୃଷ୍ଟି କରିବାକୁ ଜୋରଦାର ଉଦ୍ୟମ ଚଳାଇଛି। ଫଳରେ ଆଗାମୀ ଏକ ମାସ ମଧ୍ୟରେ ପାକିସ୍ତାନ ଏଫଏଟିଏଫର ଧୂସର ତାଲିକାରୁ ବାହାରି ଯାଇପାରେ ବୋଲି ଭାରତୀୟ ଅଧିକାରୀମାନେ କହିଛନ୍ତି। ଚୀନର ଦୃଢ଼ ସମର୍ଥନ ଏବଂ କିଛି ପାଶ୍ଚାତ୍ୟ ଦେଶର ରଣନୀତିକ ସମର୍ଥନ କାରଣରୁ ଏହାର ଯଥେଷ୍ଟ ସମ୍ଭାବନା ରହିଛି।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରାଯାଇଥିବା ନେଇ ପାକିସ୍ତାନର କଥିତ ପ୍ରୟାସକୁ ଚୀନ ପ୍ରଶଂସା କରିଛି ଏବଂ ଏହାକୁ ଅତ୍ୟନ୍ତ ପ୍ରଗତିଶୀଳ ଦର୍ଶାଇ ବିଶ୍ଵ ସମୁଦାୟ ପାକିସ୍ତାନର ମନୋବଳ ଦୃଢ଼ କରିବା ଆବଶ୍ୟକ ବୋଲି କହିଛି। ପାକିସ୍ତାନ ତରଫରୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଏବଂ ଆର୍ଥିକ ଅନିୟମିତତା ବିରୋଧରେ ନିଆଯାଇଥିବା ପଦକ୍ଷେପର ପରୀକ୍ଷଣ କରାଇବା ଲାଗି ଏଫଏଟିଏଫର ବୈଠକ ବେଜିଂରେ ଅନୁଷ୍ଠିତ ହେବ। ଚଳିତ ଥର ଚୀନ ଏହାର ଆୟୋଜନ କରୁଥିବାରୁ ପାକିସ୍ତାନ ସପକ୍ଷରେ ଅନ୍ୟ ସହଯୋଗୀ ଦେଶଗୁଡ଼ିକୁ ଛିଡ଼ା କରିବା ଲାଗି ଉଦ୍ୟମ ଚଳାଇଛି।

- Advertisement -

ସୂଚନାଯୋଗ୍ୟ, ପ୍ୟାରିସସ୍ଥିତ ଏଫଏଟିଏଫ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଲାଗି ପାଣ୍ଠି ଯୋଗାଣ ଉପରେ ନଜର ରଖିଥାଏ। ବୈଠକରେ ପାକିସ୍ତାନର ପକ୍ଷ ରଖିବା ଲାଗି ଅର୍ଥମନ୍ତ୍ରୀ ହମ୍ମାଦ ଅଜହର ଏକ ପ୍ରତିନିଧିମଣ୍ଡଳୀ ସହିତ ବେଜିଂରେ ପହଞ୍ଚିଛନ୍ତି। ବୈଠକ ପୂର୍ବରୁ ଗୁରୁବାର ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ ସୁଆଙ୍ଗଙ୍କୁ ଗଣମାଧ୍ୟମ ପକ୍ଷରୁ ପାକିସ୍ତାନ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଚରାଯାଇଥିଲା। ସୁଆଙ୍ଗ କହିଥିଲେ ଯେ, ବର୍ତ୍ତମାନର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତାଙ୍କୁ ଜଣା ନାହିଁ। କିନ୍ତୁ ଇସଲାମାବାଦର ପ୍ରୟାସ ପ୍ରଶଂସାଯୋଗ୍ୟ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories