www.samajalive.in
Monday, December 8, 2025
17.1 C
Bhubaneswar

ଗୃହରେ ସୁଖଶାନ୍ତି ବଜାୟ ରଖିବା ପାଇଁ କିଛି ଆବଶ୍ୟକୀୟ ବାସ୍ତୁ ଟିପ୍ସ

ମୁଖ୍ୟତଃ ଘରର ଦରଜା, ଝରକା , ମୁଖ୍ୟଦ୍ୱାର ଦେଇ ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି କୁହାଯାଏ। ଏହାସହ ଶୟନ କକ୍ଷ ପ୍ରତ୍ୟେକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହି କକ୍ଷରେ ଶାନ୍ତି ନିଦରେ ସଭିଏଁ ଶୋଇଥାଆନ୍ତି। ତେଣୁ ଏହି ସମସ୍ତ ସ୍ଥାନକୁ ସଫାସୁତୁରା ରଖିବା ନିତ୍ୟାନ୍ତ ଜରୁରୀ। ମାତ୍ର ବାସ୍ତୁ ଅନୁଯାୟୀ ଏପରି କେତେକ ଉପାୟ ରହିଛି , ଯାହାକୁ ଆପଣେଇବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ…..
– ଘରର ରୋଷେଇ ଘର  ସର୍ବଦା ସଫାସୁତୁରା ରଖିବା ଉଚିତ । ରୋଷେଇ ଘର ଅପରିଷ୍କାର ରଖିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।
– ଗୃହରେ ସର୍ବଦା ସୁଗନ୍ଧ ଧୂପକାଠିର ପ୍ରୟୋଗ କରନ୍ତୁ। ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିବା ସହ ଉତ୍ତମ ନିଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ।
– ବହୁ ସମୟରେ ରାତିରେ ଶୋଇବା ସମୟରେ ଦୁଃସ୍ୱପ୍ନ ଆସିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ପାଣିରେ ଲୁଣ ପକାଇ ଘରକୁ ପୋଛନ୍ତୁ। ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ।
– ଘରେ ସକରାତ୍ମକ ଶକ୍ତି ସର୍ବଦା ରହିବା ପାଇଁ ପୂଜା ଘରେ ୩ଥର ନିଶ୍ଚୟ ଘଣ୍ଟି ବଜାନ୍ତୁ।
– ଏହା ଘରେ ସୁଖଶାନ୍ତିର ବାତାବରଣ ରଖିଥାଏ।
– ଶୟନ କକ୍ଷରେ ସର୍ବଦା ହଳଦିଆ ରଙ୍ଗର ଅଧିକ ବ୍ୟବହାର କରନ୍ତୁ।
– ଲାଲ ରଙ୍ଗର ମଧ୍ୟ ବ୍ୟବହାର କରିପାରିବେ। ଏହି ରଙ୍ଗର ପ୍ରୟୋଗ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
– ଶୟନ କକ୍ଷରେ ଜିନିଷ ସର୍ବଦା ସଠିକ ସ୍ଥାନରେ ରଖନ୍ତୁ। ଏଣେତେଣେ ପକାନ୍ତୁ ନାହିଁ।
– ଦ୍ରବ୍ୟ ସଠିକ ଭାବେ ନରହିଲେ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ।
– ଶୟନ କକ୍ଷରେ କୌଣସି ପଶୁଙ୍କ ଫଟୋ ଲଗାନ୍ତୁ ନାହିଁ ।
– ଖଟ ସମ୍ମୁଖରେ ଦର୍ପଣ ରଖନ୍ତୁ ନାହିଁ। 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories