www.samajalive.in
Monday, December 8, 2025
20.1 C
Bhubaneswar

ଆମେରିକାରେ ପହଞ୍ଚିଲା କରୋନା ଭାଇରସ: ଜାଣନ୍ତୁ ଏହା କ’ଣ ଓ ଆକ୍ରାନ୍ତଙ୍କଠାରେ କି ଲକ୍ଷଣ ଦେଖାଦିଏ ?

ୱାଶିଂଟନ: ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଆମେରିକାରେ ପହଞ୍ଚିଛି। ଆମେରିକାରେ ଏହି ଭାଇରସ ଦ୍ବାରା ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛି। ଅନ୍ୟପଟେ ଚୀନରେ ମୃତ୍ୟୁ ସଂଖାରୁ ୬ରୁ ବୃଦ୍ଧି ପାଇ ୯ରେ ପହଞ୍ଚିଛି। ପ୍ରାୟ ୪୪୦ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ମଣିଷର ଶ୍ଵାସକ୍ରିୟା ଜରିଆରେ ଏହି ଭାଇରସ ବ୍ୟାପୁଥିବାରୁ ଏହାର ସଂକ୍ରମଣ ଆହୁରି ପରିବ୍ୟାପ୍ତ ହେବ ବୋଲି ଚୀନ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ କମିଶନର ଉପମନ୍ତ୍ରୀ ଲୀ ବିନ୍‌ କହିଛନ୍ତି।

କରୋନା ଭାଇରସ କ’ଣ ?

କରୋନା ଭାଇରସ୍‌ର ଉତ୍ପତ୍ତି କେଉଁଠୁ ହୋଇଛି ତାହା ଜଣାପଡ଼ିନାହିଁ। କିନ୍ତୁ ପଶୁଙ୍କଠାରୁ ଏହା ମଣିଷଙ୍କୁ ବ୍ୟାପିଥାଏ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଚୀନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଉହାନର ସିଫୁଡ୍‌ ମାର୍କେଟରୁ ଏହି ଭୂତାଣୁ ବ୍ୟାପିବା ଆରମ୍ଭ ହୋଇଛି। ଏଥିରେ ଆକ୍ରାନ୍ତ ହେଲେ ସାଧାରଣ ଥଣ୍ଡା ଜ୍ଵର ଏବଂ କାଶ ହୋଇଥାଏ। କିନ୍ତୁ ଏହା ଦ୍ବାରା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥାଏ। କାରଣ ଜ୍ଵର ଦୀର୍ଘଦିନ ଯାଏ ରହିବ ଏବଂ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ। ଏପରି କି ଏହାଦ୍ବାରା ନିମୋନିଆ ହୋଇଥାଏ। ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତିମାନଙ୍କୁ ଏହା ସହଜରେ ଆକ୍ରମଣ କରିଥାଏ।

- Advertisement -

ଏହି ଭାଇରସ ଚୀନରୁ ଅନ୍ୟ ରାଷ୍ଟ୍ରକୁ ବ୍ୟାପିବା ଆରମ୍ଭ ହୋଇଛି। ଆମେରିକାରେ ଏହି ଭାଇରସ ଚୀହ୍ନଟ ହେବା ପରେ ସେଠାରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଦେଖିବାକୁ ମିଳିଲାଣି। ଦେଶର ସିଏଟଲ ସହରରେ ଜଣେ ବ୍ୟକ୍ତି ଭାଇରସ କବଳରେ ଆସିଥିବା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଚୀନର ବୁହାନରୁ ଉକ୍ତ ବ୍ୟକ୍ତି ଜଣକ ଆମେରିକା ଆସିଛନ୍ତି। ତାଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ। ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଗୁରୁତର ସହ ନେଇ ବୁଧବାର ଉଚ୍ଚ ସ୍ତରୀୟ ବୈଠକ ଡକାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories