www.samajalive.in
Monday, December 8, 2025
17.1 C
Bhubaneswar

ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଟକ: କଟକ ଜିଲା ମାହାଙ୍ଗା ବ୍ଲକ୍‍ ଅନ୍ତର୍ଗତ କଇଥା ଗ୍ରାମପଞ୍ଚାୟତର ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟରେ +୩ ତୃତୀୟ ବର୍ଷ ଓ +୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମଙ୍ଗଳବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଯାଜପୁର ଜିଲା ସକୁନ୍ତଳାପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଦୁଃଶାସନ ସ୍ୱାଇଁ ଏହି ସଭାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ସଂସ୍କୃତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ହିଁ ଆଧୁନିକ ସମାଜରେ ସଂସ୍କାର ଆଣିବାର କର୍ଣ୍ଣଧାର ହୋଇପାରିବେ। ଶିକ୍ଷକ ବିଜୟ କୁମାର ରାଉତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବହୁ ଶିକ୍ଷଣୀୟ କଥା କହିଥିଲେ।
ଅଧ୍ୟାପକ ଡ. ଶଶଧର ପତିଙ୍କ ତତ୍ତ୍ୱାବଧାନରେ ମହାବିଦ୍ୟାଳୟ ସମ୍ପାଦକ ମାନୁଧର ନାୟକ ସଭା ପରିଚାଳନା କରିଥିଲେ। ଛାତ୍ରୀ ମୋନାଲିସା ରାଉତ ଓ ରୋନାରାଣୀ ରାଉତ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଅଧ୍ୟାପିକା ବବିତା ସାହୁ, ଡ. ନିରୁପମା ରାଉତ, ସୁଜାତା ଦାଶ ଓ ଅଧ୍ୟାପକ ଅଜୟ ପ୍ରକାଶ ଦାସ, ଅଧୀର କୁମାର ଆଚାର୍ଯ୍ୟ, ମିତ୍ରଭାନୁ ପ୍ରଧାନ, ଦୁଷ୍ମନ୍ତ କୁମାର ଘଡ଼ାଇ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରୀ ଶୁଭସ୍ମିତା ସିଂହ ଓ କଳ୍ପନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories