Patra electronics

ପୁଅ-ଝିଅଙ୍କ ବିବାହ ପୂର୍ବରୁ ଘରୁ ଫେରାର ହୋଇଗଲେ ସମୁଦି ଓ ସମୁଦୁଣୀ

କୁହାଯାଏ ପ୍ରେମ ଅନ୍ଧ। କିନ୍ତୁ କେତେ ଅନ୍ଧ ତାହା କହିବା ଅସମ୍ଭବ। ଜରୁରୀ ନୁହେଁ ଯେ, ପ୍ରେମ କେବଳ ଯୌବନ ବୟସରେ ହେବ। କୈଣସି ବୟସରେ ମଧ୍ୟ ପ୍ରେମ ହୋଇପାରେ। କିନ୍ତୁ ବେଳେବେଳେ ଅସମୟର ପ୍ରେମ, ଲୋକ ହସାର କାରଣ ହେବା ସହ ସମ୍ପର୍କ​‌ରେ ଫାଟ ସୃଷ୍ଟି କରିଥାଏ। ଏଭଳି ଏକ ଘଟଣା ଗୁଜରାଟର ସୁରତ ଜିଲାରେ ଘଟିଛି।

ଗୁଜରାଟର ସୁରତରେ ଜଣେ ଯୁବତୀ ଓ ଜଣେ ଯୁବକର ବିବାହ ସ୍ଥିର ହୋଇଥିଲା। କିନ୍ତୁ ସେମାନଙ୍କ ବିବାହ ପୂର୍ବରୁ ପୁଅର ବାପା ଝିଅର ମା’କୁ ଧରି ଫେରାର ହୋଇଯାଇଛନ୍ତି। ଅର୍ଥାତ୍ ପ୍ରେମରେ ପଡି ସମୁଦି ଓ ସମୁଦୁଣୀ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ବିଷୟରେ ଜଣାପଡିବା ପରେ ଉଭୟଙ୍କ ପରିବାରରେ ଭୂକମ୍ପ ସୃଷ୍ଟି ହୋଇଥିଲା। ପରେ ଏହି ବିବାହ ମଧ୍ୟ ଭାଙ୍ଗି ଯାଇଥିଲା।

ପୁଲିସ ସୂଚନା ଅନୁଯାୟୀ, ସୁରତ କାଟରଗାମରେ ରହୁଥିବା ଜଣେ ଯୁବକଙ୍କ ବିବାହ ନବସାରୀରେ ରହୁଥିବା ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ବିବାହର ଠିକ୍ ଏକ ମାସ ପୂର୍ବରୁ ଯୁବତୀଙ୍କ ମା’ ଘରୁ ଗାଏବ ଥିଲେ। ଅନେକ ଖୋଜଖୋଜି କରିବା ପରେ ମହିଳାଙ୍କର କୌଣସି ପତ୍ତା ମିଳିନଥିଲା। ପରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। କିନ୍ତୁ ତଦନ୍ତ ପରେ ଜଣାପଡିଥିଲା ଯେ, ମହିଳା ନିଖୋଜ ହେବା ଦିନରୁ ଯୁବକଙ୍କ ପିତା ମଧ୍ୟ ନିଖୋଜ ଅଛନ୍ତି। ଉଭୟଙ୍କ କୌଣସି ଖୋଜ ଖବର ମିଳିନଥିଲା। ତେଣୁ ସମୁଦି ଓ ସମୁଦୁଣୀ ଦୁଇ ଜଣ ଘରୁ ପଳାଇ ଯାଇ ଅନ୍ୟତ୍ର ବିବାହ କରିଥାଇ ପାରନ୍ତି ବୋଲି ଉଭୟ​‌ ପରିବାର ଲୋକେ ସନ୍ଦେହ କରି ଯୁବକ ଓ ଯୁବତୀଙ୍କ ମଧ୍ୟରେ ହେବାକୁ ଥିବା ବିବାହକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ ବର୍ଷ ପୂର୍ବରୁ ଯୁବକ ଓ ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲେ।

Comments are closed.