www.samajalive.in
Friday, December 12, 2025
19.1 C
Bhubaneswar

ଟିଭି ଶୋ’ରେ ସେନାର ଜୋତା ଦେଖାଇ ବିରୋଧୀ ଦଳକୁ କଟାକ୍ଷ କଲେ ପାକ୍ ମନ୍ତ୍ରୀ, ଆଙ୍କରଙ୍କୁ ପଡିଲା ମହଙ୍ଗା

ଇସ୍‌ଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀ ଏକ ଟିଭି ଶୋ’ରେ ସେନାର ଜୋତା ଦେଖାଇ ବିରୋଧୀଦଳକୁ କଟାକ୍ଷ କରିଛନ୍ତି। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ପାଇଁ ଅନୁମତି ଦେଇ ଥିବାରୁ ଟିଭି ଶୋ’ ଓ ଆଙ୍କରଙ୍କୁ ଏହା ମହଙ୍ଗା ପଡିଛି। ପାକିସ୍ତାନର ମିଡିଆ ଉପରେ ନଜର ରଖୁଥିବା ସଂସ୍ଥା ଗୁରୁବାର ଦିନ ଏହି ଶୋ’କୁ ଦୁଇ ମାସ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ଶୋ’ର ଆଙ୍କର ଉପରେ ମଧ୍ୟ ୬୦ ଦିନ ପାଇଁ ପ୍ରତିବନ୍ଧକ ଲଗାଯାଇଛି।

ପାକିସ୍ତାନ ସରକାରର ଜଳସମ୍ପଦ ମନ୍ତ୍ରୀ ଫୈଜଲ ଭାଭଦା ନିକଟରେ ଏଆରୱାଇ ନ୍ୟୁଜରେ ପ୍ରସାରିତ କାଶିଫ ଅବ୍ବାସିଙ୍କ କାର୍ଯ୍ୟକ୍ରମ ‘ଅଫ୍ ଦି ରେକର୍ଡ’ରେ ଯୋଗ ଦେଇଥିଲେ। ଶୋ’ରେ ଚର୍ଚ୍ଚା ସମୟରେ ବିରୋଧୀଦଳ ପିଏମଏଲ-ଏନ ଏବଂ ପିପିପି ଦଳକୁ ଆକ୍ଷେପ କରି ମନ୍ତ୍ରୀ ଫୈଜଲ ଟେବୁଲ ଉପରେ ଜୋତା ରଖିଥିଲେ। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପକୁ ବିରୋଧ କରି ସେହି ଶୋରେ ଉପସ୍ଥିତ ଥିବା ପିପିପିର ନେତା କମର ଜମାନ କାୟରା ଏବଂ ପିଏମଏଲ-ଏନର ନେତା ଜାବେଦ ଅବ୍ବାସୀ ଶୋ’ ଛାଡି ପଳାଇଥିଲେ। ସେମାନେ ଶୋ’ ଆଙ୍କରଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଯେ, ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପକୁ ସେ ରୋକିନଥିଲେ କାହିଁକି?

- Advertisement -

ଏହି ଘଟଣା ପରେ ପାକିସ୍ତାନ ବୈଦ୍ୟୁତିକ ଗଣମାଧ୍ୟମ ନିୟାମକ କର୍ତ୍ତୃପକ୍ଷ(PEMRA) ଶୋ’ ଏବଂ ଆଙ୍କର ଉପରେ କଟକଣା ଲାଗୁ କରିଛନ୍ତି। ଏହି ଶୋ’ ଗଣମାଧ୍ୟମ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ମନ୍ତ୍ରୀ ଫୈଜଲ ଭାଭଦା ଅନ୍ୟ ଏକ ଟିଭି ଶୋରେ ନିଜର ଏହି କାର୍ଯ୍ୟକଳାପ ପାଇଁ ସଫେଇ ଦେଇ କହିଛନ୍ତି ଯେ, ବିରୋଧୀ ଦଳକୁ ଦର୍ପଣ ଦେଖାଇବା ପାଇଁ ଏପରି କରିବା ଆକଶ୍ୟକ ଥିଲା। ସେନାକୁ ସମାଲୋଚନା କରୁଥିବା ଏବଂ ସଂସଦରେ ଆର୍ମି ଆକ୍ଟକୁ ସମର୍ଥନ କରୁଥିବା ବିରୋଧୀଦଳକୁ ଜବାବ ଦେବା ଜରୁରୀ ଥିଲା। ଏହା ସହ ସେ ନିଜ ଭୁଲକୁ ମଧ୍ୟ ହୃଦୟଙ୍ଗମ କରିଛନ୍ତି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories