www.samajalive.in
Tuesday, December 9, 2025
16.1 C
Bhubaneswar

ଟଙ୍କାକୁ ସୁଦୃଢ଼ କରିବା ଲାଗି ନୋଟ୍‌ ଉପରେ ଲକ୍ଷ୍ମୀଙ୍କ ଫଟୋ ଛାପିବା ଦରକାର: ବିଜେପି ନେତା

ଇନ୍ଦୋର: ଡଲାର ତୁଳନାରେ ଟଙ୍କାର ସ୍ଥିତିରେ ସୁଧାର ଆଣିବା ଲାଗି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଏକ ଅଭିନବ ପ୍ରସ୍ତାବ ଦେଇଛନ୍ତି। ନୋଟ୍‌ ଉପରେ ମା’ ଲକ୍ଷ୍ମୀଙ୍କ ଫଟୋ ଛାପିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ବାରା ଭାରତୀୟ ମୁଦ୍ରାର ସ୍ଥିତି ସୁଧୁରିଯିବ।

ମଧ୍ୟପ୍ରଦେଶର ଖଣ୍ଡୱାରେ ଆୟୋଜିତ ବକ୍ତୃତାମାଳା ‘ସ୍ବାମୀ ବିବେକାନନ୍ଦ ବ୍ୟାଖ୍ୟାନମାଳା’କୁ ସମ୍ବୋଧିତ କରିବା ପରେ ସୁବ୍ରମଣ୍ୟମ ସ୍ବାମୀ ଏହା କହିଥିଲେ। ଇଣ୍ଡେନେସିଆରେ ନୋଟ୍‌ ଉପରେ ଭଗବାନ ଗଣେଶଙ୍କ ଫଟୋକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସ୍ବାମୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ। ମୁଁ ଏହା ପକ୍ଷରେ ରହିଛି। ଭଗବାନ ଗଣେଶ ବିଭିନ୍ନ ବାଧାକୁ ଦୂର କରନ୍ତି। କିନ୍ତୁ ମୋ ମତରେ ନୋଟ ଉପରେ ଦେବୀ ଲକ୍ଷ୍ମୀଙ୍କ ଫଟୋ ରହିବା ଉଚିତ, ଯାହାଦ୍ବାରା ଭାରତୀୟ ମୁଦ୍ରାର ସ୍ଥିତି ମଜଭୁତ ହେବ। ଏହା କାହାକୁ ଖରାପ ମଧ୍ୟ ଲାଗିବନି।

- Advertisement -

ନାଗରିକତା ଆଇନ ଉପରେ ପ୍ରତିକ୍ରିୟା ଦେଇ ସ୍ବାମୀ କହିଥିଲେ, କଂଗ୍ରେସ ଏବଂ ମହାତ୍ମା ଗାନ୍ଧୀ ଏହାର ସମର୍ଥନ କରିଥିଲେ। ମନମୋହନ ସିଂହ ବି ୨୦୦୩ରେ ସଂସଦରେ ଏହାକୁ ନେଇ ନିବେଦନ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ପାକିସ୍ତାନୀ ମୁସଲମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି କହି ଆଇନକୁ ସ୍ବୀକାର କରୁନାହାନ୍ତି। ଏହା ସହିତ ବିଜେପି ଖୁବଶୀଘ୍ର ୟୁନିଫର୍ମ ସିଭିଲ କୋଡ୍‌ ଆଣିବାକୁ ଯାଉଛି ବୋଲି ସ୍ବାମୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories