www.samajalive.in
Tuesday, December 9, 2025
17.1 C
Bhubaneswar

ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ୫ ଗିରଫ

ଦେବଗଡ଼ : ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଲଗା ଗ୍ରାମରେ ବେଆଇନ ଗଞ୍ଜେଇ କାରାବାର ଚାଲିଥିବା  କୁଣ୍ଢେଇଗୋଳା ଥାନା ପୁଲିସ ଖବର ପାଇ ଅଚାନକ ଚଢାଉକରିଥିଲେ। ଘଟଣା ସ୍ଥଲରୁ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୯ କେଜି ୫୦୦ଗ୍ରାମ ଗଞ୍ଜେଇ, ୩ଟି ବାଇକ, ଗୋଟିଏ ବୋଲେରୋ, ୬ଟା ମୋବାଇଲ ଫୋନ, ଏଟିଏମ୍‍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ନଗଦ ୩୦ହଜାର ଟଙ୍କା ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ରିନୁନ ବେହେରା, ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖଇରବେର୍ଣ୍ଣୀ ଗ୍ରାମର ବିନୋଦ କୁମାର ସାହୁ, ସମ୍ବଲପୁର ଜିଲା ନାକ୍ଟିଦେଉଳ ଥାନା ଅନ୍ତର୍ଗତ କୁଞ୍ଜାମରା ଗ୍ରାମର ପୁରୁଷୋତ୍ତମ ସାହୁ ଓ ରିଆମାଳ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଇନ୍ଦ୍ରମଣୀ ବେହେରା ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କରଲଗା ଗ୍ରାମଦେଇ ଯାଇଥିବା ବୁଢାପାଳ-ରେଙ୍ଗାଳୀ ରାସ୍ତାକଡରେ ଚା’ ଦୋକାନ ଖୋଲିଥିବା ଉକ୍ତ ଗ୍ରାମର ଅରୁଣ କୁମାର ସାହୁ ବେଆଇନ ଗଞ୍ଜେଇ କାରବାର ଚଳାଇଥିବା ବିଶ୍ୱସ୍ତ ସୂତ୍ରରୁ ପୁଲିସ ସୂଚନା ପାଇଥିଲା। ଏହାପର ଠାରୁ ଉକ୍ତ ଦୋକାନ ଉପରେ ପୁଲିସ ତୀକ୍ଷ୍ମ ନଜର ରଖିଥିଲା। ମାଜିଷ୍ଟ୍ରେଟ ଦ୍ୱାୟିତ୍ୱରେ ଥିବା ରିଆମାଳ ତହସିଲର ଅତିରିକ୍ତ ତହସିଲଦାର ମନୋରଞ୍ଜନ ବଘାରଙ୍କ ଉପସ୍ଥିତିରେ କୁଣ୍ଢେଇଗୋଳା ଥାନା ଭାରପ୍ରାପ୍ତ ଅଧିକାରୀ ମଳୟ କୁମାର ନାୟକ ସଦଳବଳେ ବୁଧବାର ସକାଳେ ସେଠାରେ ଚଢାଉ କରିଥିଲେ। ଚଢାଉ ସମୟରେ ସମ୍ବଲପୁର ଅଞ୍ଚଳରୁ ବେଆଇନ ଗଞ୍ଜେଇ ଆଣି ଉକ୍ତ ଅଞ୍ଚଳର ଚା’ ଦୋକାନୀ ଅରୁଣ ବେଆଇନ କାରବାର କରୁଥିବା ବେଳେ ଆଉଁଳି ଗ୍ରାମର ଟୁନା ପ୍ରଧାନ ଏକ ବୋଲେରୋ(ନଂ-ଓଡି ୧୯- ଏଫ୍‍ -୫୫୩୫) ଯୋଗେ ତାଙ୍କ ସହଯୋଗୀ ରିନୁନ ,  ବିନୋଦ , ପୁରୁଷୋତ୍ତମ ସାହୁ ଓ ଇନ୍ଦ୍ରମଣୀ ବେହେରା ବ୍ୟବସାୟ ଉଦ୍ଦେଶ୍ୟରେ ଅରୁଣଙ୍କ ନିକଟକୁ ପହଞ୍ଚାଇଥିବା ପୁଲିସ ନିକଟରେ ସ୍ୱୀକାର କରିବାପରେ ପୁଲିସ ଉପରୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ଘଟଣାସ୍ଥଳରୁ ସେଠାରୁ ବେଆଇନ କାରବାରରେ ବ୍ୟବହୃତ ଯାନବାହାନ ଗୁଡିକୁ ପୁଲିସ ଜବତ କରିଥିଲା। ତେବେ ରତନପୁର ଗ୍ରାମର ଇନ୍ଦ୍ରମଣୀ ବେହେରା ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲା। ଉପରୋକ୍ତ ଅଭିଯୁକ୍ତ ମାନେ ବେଆଇନ କାରବାରରେ ସଂପୃକ୍ତଥିବା କୁଣ୍ଢେଇଗୋଳା ଥାନା ପୁଲିସ ନିକଟରେ ସ୍ୱୀକାର କରିବା ପରେ ପୁଲିସ ଦଫା୨୦(ବି)(ଆଇ ଆଇ)(ସି)/୨୯ ଏନ୍‍ଡିପିଏସ୍‍ ଆକ୍ଟରେ ଏକ ମାମଲା ଋୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣା ପଡିଛି।

- Advertisement -

 

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories