www.samajalive.in
Monday, December 8, 2025
27.1 C
Bhubaneswar

ପବିତ୍ର ମକର ସଂକ୍ରାନ୍ତି ଅବସରରେ ବରୁଣେଶ୍ୱରଙ୍କ ପୀଠରେ ଭକ୍ତଙ୍କ ଭିଡ଼

ଯାଜପୁର: ପବିତ୍ର ମକର ସଂକ୍ରାନ୍ତି ଅବସରରେ ବୁଧବାର ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ଆଜିର ଦିନକୁ ବାବାଙ୍କ ସ୍ୱନକ୍ଷତ୍ର ଦିବସ ଭାବେ ପାଳନ କରାଯାଏ। ଏଥିପାଇଁ ବର୍ଷ ତମାମ ପାଣିରେ ରହୁଥିବା ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ହୋଇଥାଏ। ମନ୍ଦିର ପରିସରରୁ ଭୋର ୪ଟାରୁ ଜଳକୁ ନିଷ୍କାସନ କରିବା ପରେ ବଡ଼ ସିଂହାର ବେଶ କରାଯାଇଥିଲା। ପରେ ବାବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ବିଞ୍ଝାରପୁର ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଛନ୍ତି।
ଏହି ମନ୍ଦିରଟି ସୋମ ବଂଶ କାଳରେ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ ଏବଂ ମନ୍ଦିର ପରିସରରେ ରହିଥିବା ବରୁଣ ବୃକ୍ଷକୁ ପ୍ରଭୁ ବରୁଣେଶ୍ୱର ଭାବେ ପୂଜା କରାଯାଏ। କାରଣ ଏହି ବୃକ୍ଷଟିର କୌଣସି କ୍ଷୟ ନାହିଁ କିମ୍ବା ବୃଦ୍ଧି ନାହିଁ। ସେଥିପାଇଁ ମକର ସଂକ୍ରାନ୍ତିରେ ପ୍ରଭୁ ବରୁଣେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ସେହିପରି ଆଜି ଠାରୁ ଏହି ପୀଠରେ ୭ ଦିନ ଧରି ମେଳାର ମଧ୍ୟ ଆୟୋଜନ ହେଉଛି। ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories