www.samajalive.in
Monday, December 8, 2025
27.1 C
Bhubaneswar

ଭାତର-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ୩୭ ଓଭର ଶେଷ ସୁଦ୍ଧା ଭାରତର ଅଧା ଟିମ୍ ଆଉଟ

ମୁମ୍ବଇ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା। ପ୍ରଥମେ ବ୍ୟାଟିଂ କରି ୩୭ ଓଭର ଖେଳ ଶେଷ ସୁଦ୍ଧା ଭାରତର ଅଧା ଟିମ୍ ଆଉଟ ହୋଇ ଯାଇଛନ୍ତି। ୩୭ ଓଭର ଖେଳ ଶେଷ ସୁଦ୍ଧା ଭାରତ ମନ୍ଥର ଗତିରେ ବ୍ୟାଟିଂ କରି ମାତ୍ର ୧୮୩ ରନ କରି ତାର ବହୁମୂଲ୍ୟ ପାଞ୍ଚଟି ୱିକେଟ ହରାଇଛି। ବର୍ତ୍ତମାନ ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ବ୍ୟାଟିଂ ଜାରି ରଖିଛନ୍ତି।

ଦୁଇ ଓପନର ଶିଖର ଧାୱନ ଏବଂ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରଥମେ ହିଟମ୍ୟାନ୍ ରୋହିତ ମାତ୍ର ୧୦ରନ କରି ଆଉଟ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା କେଏଲ ରାହୁଲ ଧାୱନଙ୍କ ସହ ମିସି ଉତ୍ତମ ପାର୍ଟନରସିପ କରି ଆସିଲା ବେଳକୁ ରାହୁଲ ୬୧ବଲରେ ୪୭ରନ କରି ଆଉଟ ହୋଇଯାଇଥିଲେ। ଏବଂ ପ​ରେ ଧାୱନ ଅର୍ଦ୍ଧଶତକ କରିବା ପରେ ମଧ୍ୟ ଶତକ କରିବାରେ ଅସମର୍ଥ ହୋଇଥିଲେ। ସେ ୯୧ବଲରେ ୭୪ରନ କରି ଆଉଟ ହୋଇଯାଇଥିଲେ। ପରେ ଅଧିନାୟକ ବିରାଟ କୋହଲି ୧୪ ବଲରେ ୧୬ରନ କରି ଜାମ୍ପାଙ୍କ ଶିକାର ହୋଇଥିବାବେଳେ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ମଧ୍ୟ ୯ବଲରେ ୪ରନ କରି ଆଉଟ ହୋଇ ପାଭିଲିଅନ ଚାଲିଯାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories