www.samajalive.in
Tuesday, December 9, 2025
15.1 C
Bhubaneswar

ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଜାଣନ୍ତୁ କାହାର ପଲ୍ଲା ଭାରି

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆସନ୍ତାକାଲି(ମଙ୍ଗଳବାର) ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଦ୍ବିପ୍ରହର ୨ଟାରୁ ଆରମ୍ଭ ହେବ। ବିରାଟ ବାହିନୀ ପାଇଁ ଏହି ମ୍ୟାଚକୁ ଜିତି ନିଜ ନାମରେ ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଯଦି ଭାରତୀୟ ଦଳ ଏହି ସିରିଜକୁ ହାତେଇବାରେ ସକ୍ଷମ ହୁଏ ତେବେ ନିଜ ଦେଶରେ ୨୦୦ଅନ୍ତର୍ଜାତୀୟ ମୁକାବିଲା ଜିତିବାର ଦ୍ବିତୀୟ ଦଳ ହେବ। ଏହା ପୂର୍ବରୁ କଙ୍ଗାରୁ ଦଳ ଏହି ରେକର୍ଡ ନିଜ ନାମରେ କରି ସାରିଛି। ଅଷ୍ଟ୍ରେଲିଆ ନିଜ ଦେଶରେ ଏପର୍ଯ୍ୟନ୍ତ ୨୮୦ଟି ମ୍ୟାଚ ଜିତି ସାରିଛି।
ତେବେ ଆସନ୍ତୁ ଜାଣିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦିନିକିଆରେ କେଉଁ ଦଳର ପଲ୍ଲା ଭାରି ରହିଛି…….

ଏପର୍ଯ୍ୟନ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି। ଏପରିକି ଭାରତ ମାଟିରେ ମଧ୍ୟ କଙ୍ଗାରୁ ଦଳର ପଲ୍ଲା ଭାରି ରହିଛି। ଭାରତରେ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୧ଟି ଦ୍ବିପାକ୍ଷିକ ସିରିଜ ଖେଳାଯାଇଛି। ଯେଉଁଥିରୁ ୫ଟିରେ ଭାରତ ବିଜୟୀ ହୋଇଥିବାବେଳେ ଅଷ୍ଟ୍ରେଲିଆ ୦୬ଟି ସିରିଜରେ ବିଜୟ ଲାଭ କରିଛି।
ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୧୩୭ଟି ଦିନିକିଆ ମ୍ୟାଚରୁ ଅଷ୍ଟ୍ରେିଲିଆ ୭୭ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ଭାରତ ୫୦ଟି ମ୍ୟାଚରେ ବିଜୟ ଲାଭ କରିଛି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତିୟ ଦିନିକିଆ ମ୍ୟାଚ ଜାନୁଆରୀ ୧୭ରେ ରାଜକୋଟରେ ଖେଳାଯିବ। ସେହିପରି ସିରିଜର ତୃତୀୟ ମ୍ୟାଚ ଜାନୁଆରୀ ୧୯ରେ ବେଙ୍ଗାଲୁରୁରେ ଖେଳାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories