www.samajalive.in
Monday, December 8, 2025
27.1 C
Bhubaneswar

ନୀରବି ଗଲେ ନୀରବ ଝଡର ନିର୍ଦ୍ଦେଶକ ମନମୋହନ ମହାପାତ୍ର

ଭୁବନେଶ୍ବର: ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ର ସୋମବାର ପରଲୋକକୁ ଗମନ କରିଛନ୍ତି। ମୃତ୍ୟୁ ବେ​‌ଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ଏକାଧାରାରେ ଜଣେ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଏବଂ ଲେଖକ ଥିଲେ। ମଝି ପାହାଚ, ନୀରବ ଝଡ, ଶୀତ ରାତି ଏବଂ ଭିନ୍ନ ସମୟ ଆଦି ଚଳଚ୍ଚିତ୍ର ପାଇଁ ସେ ଜାତୀୟସ୍ତରରେ ଗୌରବ ଅର୍ଜନ କରିଛନ୍ତି। ବେଷ୍ଟ୍ ଫିଚର ଫିଲ୍ମ ପାଇଁ ସେ ଆଠ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ସେ ପୁଣେସ୍ଥିତ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ରେ ପାଠ୍ୟକ୍ରମ ଶେଷ କରି ୧୯୭୫ ମସିହାରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ପ୍ରଥମେ ସେ ଆଣ୍ଟି-ମେମୋରିଜ୍ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ପରେ ତାଙ୍କର ‘ଶୀତ ରାତି’ ପ୍ରଥମ ସମ୍ପୂର୍ଣ୍ଣ ଓଡିଆ ଚଳଚ୍ଚିତ୍ର ଭାବେ ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା। ୧୯୮୨ ମସିହାରେ ଏହି ପିଲ୍ମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା। ଏଥିପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା।

- Advertisement -

ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଗୁଡିକ ମଧ୍ୟରୁ  ଆଣ୍ଟି-ମେମୋରିଜ୍, ଶୀତ ରାତି, ଭଏସ୍ ଅଫ୍ ସାଇଲେନ୍ସ, କୋଣାର୍କ: ଦି ସନ୍ ଟେମ୍ପୁଲ ଆଦି ହେଉଛି ପ୍ରାମାଣିକ ଚଳଚ୍ଚିତ୍ର। ନୀରବ ଝଡ, କ୍ଳାନ୍ତ ଅପରାହ୍ନ, ତ୍ରିସନ୍ଧ୍ୟା, ମଝି ପାହାଚ, କିଛି ସ୍ମୃତି କିଛି ଅନୁଭୂତି, ଅନ୍ଧ ଦିଗନ୍ତ, ଭିନ୍ନ ସମୟ, ଅଗ୍ନିବୀଣା ଓ ମୁହୂର୍ତ୍ତ ଆଦି ହେଉଛି ଫିଚର ଚଳଚ୍ଚିତ୍ର।

ଶୀତ ରାତି, ନୀରବ ଝଡ, କ୍ଳାନ୍ତ ଅପରାହ୍ନ, ମଝି ପାହାଚ, ଫର୍ବିଡେନ୍ ଡ୍ରିମ୍ସ, ଭିନ୍ନ ସମୟ ଓ ମୁହୂର୍ତ୍ତ ଆଦି ଚଳଚ୍ଚିତ୍ରର ସେ ଲେଖକ ଥିଲେ। ସେହିପରି ଫର୍ବିଡେନ୍ ଡ୍ରିମ୍ସ ଏବଂ ନୀରବ ଝଡ ଆଦି ଚଳଚ୍ଚିତ୍ରର ପ୍ରଯୋଜନା ଭାର ମଧ୍ୟ ସମ୍ଭାଳିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories