www.samajalive.in
Monday, December 8, 2025
17.1 C
Bhubaneswar

ହିମାଚଳରେ ପ୍ରବଳ ବରଫପାତ, ୨ ପର୍ଯ୍ୟଟକ ମୃତ

ଶିମଲା: ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ହୋଇଛି। ଫଳରେ ବିଭିନ୍ନ ଅଞ୍ଚଳରେ ହଜାର ହଜାର ପର୍ଯ୍ୟଟକ ଫଶିରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୨ ପର୍ଟ୍ୟଟକଙ୍କ ମୃତ୍ୟୁ ହୋଇସାରିଛି। ୪୮ ଘଣ୍ଟା ଧରି ରାଜ୍ୟର ଅଧା ଅଞ୍ଚଳରେ ହ୍ବାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ଶିମଲା, କୁଲ୍ଉ, ଚମ୍ବା, ମଣ୍ଡି ସମେତ ବହୁ ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ପରିବହନ, ବିଦ୍ୟୁତ ଏବଂ ପାନୀୟଜଳ ସେବା ଠପ୍‌ ହୋଇଯାଇଛି।

ବରଫପାତ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିପଡ଼ି ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ପାଇପ​‌ ଜଳ ବରଫ ପାଲଟିଯିବାରୁ ଲୋକଙ୍କ ନିକଟରେ ପାନୀୟଜଳ ପହଞ୍ଚିପାରୁ ନାହିଁ। ଗୁରୁବାର ରାଜ୍ୟର ୫ଟି ଜାତୀୟ ରାଜପଥ ସମେତ ୧୦୩୪ଟି ରାସ୍ତା ବନ୍ଦ ରହିଥିଲା। ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ ଜାରି ରହିଛି। କେଲାଙ୍ଗରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ(-) ୭.୧ ଡିଗ୍ରୀ ରହିଥିଲା। ପ୍ରବଳ ଥଣ୍ଡା ଯୋଗୁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ବରଫରେ ଖସିପଡ଼ି ଅନ୍ୟ ଜଣେ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ୨୪ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି। ଲାହୌଲ, କିନୌର, ଶିମଲା ଏବଂ ଚମ୍ବାରେ ଶୁକ୍ରବାର ହିମସ୍ଖଳନ ହେବା ନେଇ ସତର୍କତା ଜାରି କରାଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories