www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ଶାମ୍ବ ଦଶମୀ ; ଘରେ ଘରେ ସୂର୍ଯ୍ୟଦେବଙ୍କୁ ପିଠା ମିଠା ସହ ଘାଣ୍ଟ ତରକାରୀ ଅର୍ପଣ

ଭୁବନେଶ୍ୱର : କଥାରେ ଅଛି ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବର୍ଷର ମାସ ସାରା ଗୋଟିଏ ଗୋଟିଏ ପର୍ବ ନିଶ୍ଚୟ ପାଳନ କରାଯାଏ। ଆଜି ହେଉଛି ପୌଷ ଶୁକ୍ଳ ଦଶମୀ ଯାହାକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଏ। ଏହା ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ଦେବତା ସୂର୍ଯ୍ୟଦେବତାରଙ୍କର ପୂଜା। ଆଜି ମୁଖ୍ୟତଃ ସୂର୍ଯ୍ୟଙ୍କୁ ଯଥାବିଧି ଭାବେ ପୂଜାର୍ଚ୍ଚନା କରାଯାଇ ବାଇଗଣ ପତ୍ରରେ ଜାଉ, ତରକାରୀ ଭୋଗ କରାଯାଇ ସୂର୍ଯ୍ୟଦେବଙ୍କୁ ସମର୍ପଣ କରାଯାଇ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଏ। କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପ୍ରଚୁର ପରିମାଣରେ ପନିପରିବା ମିଳିଥାଏ। ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ ଘାଣ୍ଟ ତରକାରୀ କୁହାଯାଏ। ଏହାସହ ଏହି ଦିନ ନବଗ୍ରହ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଏ।
ପୂଜା ବିଧି –
ନିଜ ସନ୍ତାନମାନଙ୍କ ମଙ୍ଗଳକାମନା କରି ଏହି ପର୍ବକୁ ନିଷ୍ଠାର ସହ ପାଳନ କରାଯାଏ। ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ଘରେ ତିନି ପ୍ରକାରର ପୂଜା ହୋଇଥାଏ। ପ୍ରଥମେ ସ୍ନାନ ସାରି ସୂର୍ଯ୍ୟୋଦୟ ପରେ ଫଳମୂଳ ଓ ମିଷ୍ଟାନ୍ନ ଆଦି ନୈବେଦ୍ୟ ବଢାଯାଏ।ଏହାପରେ ମଧ୍ୟାହ୍ନରେ ବିଭିନ୍ନ ପ୍ରକାରର ପିଠା, ମିଠା, ଘାଣ୍ଟ ତରକାରୀ ସୂର୍ଯ୍ୟଦେବଙ୍କୁ ଅର୍ପଣ କରାଯାଏ। ଶେଷରେ ସୂର୍ଯ୍ୟାସ୍ତ ପୂର୍ବରୁ ମଧ୍ୟ ପ୍ରଭୁଙ୍କୁ ଧୂପଦୀପ , ବିଭିନ୍ନ ପ୍ରକାରର ପିଠା ଭୋଗ ଅର୍ପଣ କରାଯାଏ।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories