www.samajalive.in
Tuesday, December 9, 2025
16.1 C
Bhubaneswar

ପାରାଦୀପ ବନ୍ଦର ଗଣଦୌଡ଼ ୨୦୨୦: ପୁରୁଷରେ ସୁଧାନୁ ଓ ମହିଳା ବର୍ଗରେ ଈତିଶ୍ରୀ ପ୍ରଥମ

ଜଗତସିଂହପୁର: ସପ୍ତଦଶ ପାରାଦୀପ ବନ୍ଦର ଗଣଦୌଡ଼ ୨୦୨୦ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ବନ୍ଦରର ପ୍ରତିଷ୍ଠା ଦିବସ ଅବସରରେ ପାରାଦୀପ ପୋର୍ଟ ଟ୍ରଷ୍ଟ(ପିପିଟି)ର ଗୋପବନ୍ଧୁ କ୍ରୀଡ଼ା ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରୟ ସ୍ଥାନୀୟ ହନୁମାନ ମନ୍ଦିରଠାରେ ପତାକା ଦେଖାଇ ଗଣଦୌଡ଼କୁ ଶୁଭାରମ୍ଭ କରିଥିଲେ। ଏହି ଗଣଦୌଡ଼ରେ ପୁରୁଷ ବର୍ଗରେ ଓଡ଼ିଶା ପୁଲିସର ସୁଧାନୁ ନାୟକ ଏବଂ ମହିଳା ବର୍ଗରେ ମୟୂରଭଞ୍ଜର ଈତିଶ୍ରୀ ମହାନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସୁଧାନୁ ୧୪ କିଲୋମିଟର ଦୂରତାକୁ ୪୫ ମିନିଟ ୧୬.୫ ସେକେଣ୍ଡରେ ଅତିକ୍ରମ କରିଥିଲାବେଳେ ଈତିଶ୍ରୀ ସମାନ ଦୂରତା ଯିବାକୁ ୫୭ ମିନିଟ୍‌ ୫୩.୯ ସେକେଣ୍ଡ ସମୟ ନେଇଥିଲେ।

ଗଣଦୌଡ଼ରେ ୫୯୩ ପୁରୁଷ ଏବଂ ୮୫ ମହିଳାଙ୍କୁ ମିଶାଇ ମୋଟ ୬୭୮ ଜଣ ଅଂଶଗ୍ରହଣ କରିଥିଲେ। ଗଣଦୌଡ଼ ହନୁମାନ ମନ୍ଦିରଠାରୁ ଆରମ୍ଭ ହୋଇ ଗୋପବନ୍ଧୁ ଷ୍ଟାଡିୟମଠାରେ ଶେଷ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁରୁଷ ବର୍ଗରେ ଓଡ଼ିଶା ପୁଲିସର ବୁଦ୍ରାବିସି ନାୟକ ୨ୟ ଏବଂ ଝାଡ଼ଖଣ୍ଡର ମୁକୁନ୍ଦ ବଁରା ୩ୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ମହିଳା ବର୍ଗରେ ମୟୂରଭଞ୍ଜର ସନ୍ଧ୍ୟା ମୁର୍ମୁ ୨ୟ ଏବଂ ଝାଡ଼ଖଣ୍ଡର ସାକ୍ରୋ ବେସରା ୩ୟ ସ୍ଥାନ ଅକ୍ତିଆର କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

- Advertisement -

କାର୍ଯ୍ୟକ୍ରମରେ ପିପିଟି ଅଧ୍ୟକ୍ଷ ରିଙ୍କେଶ ରୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ପାରାଦୀପ ଲେଡିଜ୍‌ କ୍ଲବ ସଭାନେତ୍ରୀ ଶୁଭଲକ୍ଷ୍ମୀ ରୟ ଏବଂ ତଟରକ୍ଷୀ ଡିଆଇଜି ଏସ. ଡି. ଭାନୋଟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ସ୍ତରର ଆଥଲେଟ୍‌ ଜଉନା ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟଅତିଥି ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗୋପବନ୍ଧୁ କ୍ରୀଡ଼ା ସଂସଦର କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରଶଂସା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories