www.samajalive.in
Tuesday, December 9, 2025
17.1 C
Bhubaneswar

ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଖସିବ ପାରଦ

ଭୁବନେଶ୍ଵର: ଶୀତରେ ଥରୁଛି ସାରା ଓଡ଼ିଶା। ଦିନରେ କୋହଲା ପାଗ ସାଙ୍ଗକୁ ରାତିରେ ତାପମାତ୍ରାରେ ହ୍ରାସ ଯୋଗୁ ପରିବେଶ ଥଣ୍ଡା ରହୁଛି, ଯାହା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ରାତିରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଯାଉଛି। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲାର ସୋନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪ ଡିଗ୍ରୀକୁ ଖସି ଆସିବାରୁ ଲୋକେ ପ୍ରବଳ ଥଣ୍ଡା ଅନୁଭବ କରିଥିଲେ। ଅନ୍ୟପଟେ ସୁନ୍ଦରଗଡ଼ ଜିଲାର ଟେନସାରେ ବରଫପାତ ହୋଇଥିବା ସୂଚନା ମିଳିଛି।

ଏହାବ୍ୟତୀତ କେନ୍ଦୁଝର, ଝାରସୁଗୁଡ଼ା, ଟିଟିଲାଗଡ଼, ଦାରିଙ୍ଗବାଡ଼ି, ସମ୍ବଲପୁର, ବାଲେଶ୍ଵର, କଟକ, ହୀରାକୁଦ ଭଳି ପ୍ରମୁଖ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୧୨ ଡିଗ୍ରୀକୁ ଖସିଆସିଥିଲା। ସକାଳ ଓ ସନ୍ଧ୍ୟା ସମୟରେ ଲୋକେ ନିଆଁ ଜାଳି ବସି ରହୁଥିବା​‌ ଦେଖିବାକୁ ମିଳୁଛି। ସୂଚନା ଅନୁସାରେ, କେନ୍ଦୁଝରରେ ଦ୍ବିତୀୟ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଏହା ପଛକୁ ଝାରସୁଗୁଡ଼ାରେ ୫.୮ ଡିଗ୍ରୀ ରହିଥିଲା। ସେହିପରି ଟିଟିଲାଗଡ଼ ଓ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, ସମ୍ବଲପୁରରେ ୭.୪, ବାଲେଶ୍ଵର ୭.୬, କଟକ ୯.୬ ଓ ହୀରାକୁଦରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜିଠାରୁ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories