www.samajalive.in
Tuesday, December 9, 2025
16.1 C
Bhubaneswar

ଅସ୍ତ୍ରବିରତି ଉଲ୍ଲଂଘନ ମହଙ୍ଗା ପଡ଼ିଲା; ପାକ୍‌ ସୈନ୍ୟ ମୃତ୍ୟୁ ସଂଖ୍ୟା ୧୦କୁ ବଢ଼ିଲା, ସୀମାରେ ଉତ୍ତେଜନା ବୃଦ୍ଧି

ଜାମ୍ମୁ: ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀଙ୍କୁ ଭାରତୀୟ ସୀମାରେ ପ୍ରବେଶ କରାଇବାର ଉଦ୍ୟମ ପାକ୍‌ ସେନାକୁ ମହଙ୍ଗା ପଡ଼ିଛି। ଭାରତୀୟ ଯବାନଙ୍କ ଦୃଢ଼ ଜବାବ ଫଳରେ ୧୦ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ପୁଞ୍ଚ ଜିଲାର କୃଷ୍ଣା ଘାଟି ଏବଂ ମନକୋଟରେ ଭାରତୀୟ ଯବାନଙ୍କ ଗୁଳିରେ ଏମାନଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୬ ଥିବା ଜଣାପଡ଼ିଥିଲା। ଶନିବାର ଏହି ସଂଖ୍ୟା ୧୦ରେ ପହଞ୍ଚିଥିବା ସୂଚନା ମିଳିଛି। ଏହା ସହିତ ପିଓକେର ବଟ୍ଟଲ ଅଞ୍ଚଳରେ ଥିବା ପାକ୍‌ ସେନାର ୨ଟି ଶିବିର ଧ୍ଵଂସ ହୋଇଯାଇଛି। ପାକ୍‌ ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ଏହା ପୂର୍ବରୁ ଗୁରୁବାର ମଧ୍ୟ ଉରି ସେକ୍ଟରରେ ଭାରତୀୟ ଯବାନଙ୍କ ଆକ୍ରମଣ ଫଳରେ ୨ ପାକ୍‌ ସୈନ୍ୟ ନିହତ ହୋଇଥିଲେ। ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଜଣେ ଭାରତୀୟ ଯବାନ ଶହୀଦ ହେବା ସହିତ ଜଣେ ନାଗରିକ ପ୍ରାଣ ହରାଇଥିଲେ। ଏହାର କଡ଼ା ଜବାବରେ ୨ ପାକ୍‌ ସୈନ୍ୟଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା। ଏହି ଦୁଇଟି ଘଟଣା ପରେ ବଟ୍ଟଲ ଅଞ୍ଚଳରେ ଲୋକମାନଙ୍କୁ ଘର ଭିତରେ ରହିବାକୁ ପାକ୍‌ ସେନା ପକ୍ଷରୁ ନିର୍ଦେଶ ଦିଆଯାଇଛି।

- Advertisement -

ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ସାଙ୍ଗକୁ ଭାରତୀୟ ସେନାର କଡ଼ା ଜବାବ ଫଳରେ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଦୁଇ ଦେଶର ଯବାନ ଛକାପଞ୍ଝା ଅବସ୍ଥାରେ ରହିଛନ୍ତି। ଏକକାଳୀନ ୧୦ ଯବାନ ନିହତ ହେବା ପରେ ପାକିସ୍ତାନ ପଟୁ ରଜୌରୀ ଏବଂ ନୌସେରା ସେକ୍ଟରରେ ଗୁଳିମାଡ଼ କରାଯାଇଛି। କଲାଲ ଏବଂ ଡିଙ୍ଗ ଅଞ୍ଚଳରେ ବି ପାକ୍‌ ପକ୍ଷରୁ ଗୁଳିମାଡ଼ ହୋଇଛି। ଫଳରେ ଡିଙ୍ଗ ଅଞ୍ଚଳରେ ଗ୍ରାଫ୍‌ ବିଭାଗର ବାରାକ ଏବଂ କିଛି ଯନ୍ତ୍ରପାତି କ୍ଷତିଗ୍ରସ୍ତ ହୋଇଛି। ସେଠାରେ କାର୍ଯ୍ୟରତ ଚୌକିଦାର ଏବଂ ଅନ୍ୟମାନେ ନିକଟରେ ନିର୍ମିତ ବଙ୍କରରେ ଲୁଚି ନିଜର ଜୀବନ ବଞ୍ଚାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories