www.samajalive.in
Monday, December 8, 2025
27.1 C
Bhubaneswar

ଅଭିନେତା କୁଶଲ ପଞ୍ଜାବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ତଥା ଧାରାବାହିକ ଜଗତର ଜଣାଶୁଣା ଅଭିନେତା କୁଶଲ ପଞ୍ଜାବୀଙ୍କ ଝୁଲନ୍ତା ମୃତଦେହ ଗୁରୁବାର ରାତିରେ ତାଙ୍କ ମୁମ୍ବାଇ ସ୍ଥିତ ବାସ ଭବନରୁ ଉଦ୍ଧାର ହୋଇଛି। ୩୭ ବର୍ଷୀୟ କୁଶଲ ଆତ୍ମହତ୍ୟା କରିଥିବା କୁହାଯାଉଛି। କାରଣ ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ପୁଲିସ୍ ଘଟଣାର ତଦନ୍ତ ଚଳାଇଛି। ଆଜି ଅପରାହ୍ନରେ କୁଶାଲଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଏ ଖବର ପାଇବା ପରେ ବଲିଉଡ଼ ଓ ଭାରତୀୟ ଟେଲିଭିଜନ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନେକ କଳାକାର ସାମାଜିକ ଗଣମାଧ୍ୟମ ଜରିଆରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କିଛିଦିନ ହେବ କୁଶଲ ମାନସିକ ବିଷାଦଗ୍ରସ୍ତ ଥିଲେ। ଏହା ସହିତ ତାଙ୍କ କେଶ ପ୍ରତିରୋପଣ ଅସ୍ତ୍ରୋପଚାରରେ ମଧ୍ୟ ତ୍ରୁଟି ରହି ଯାଇଥିବାରୁ ସେ ଚିନ୍ତିତ ଥିଲେ। କୁଶଲଙ୍କ ମୃତ୍ୟୁ ଖବର ପ୍ରଥମେ ଅଭିନେତା କରଣବୀର ବୋହରା ସାମାଜିକ ଗଣମାଧ୍ୟମ ଜରିଆରେ ଦେଇଥିଲେ। କରଣବୀର ନିଜ ଇନଷ୍ଟାଗ୍ରାମ୍ ପେଜ୍‌ରେ କୁଶଲଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ଗଭୀର ଦୁଃଖ ପ୍ରକାଶ କରିଥିଲେ।

- Advertisement -

ସୂଚନାଯୋଗ୍ୟ, କୁଶଲ୍ ୨୦୧୫ରେ ଜଣେ ୟୁରୋପୀୟ ଯୁବତୀଙ୍କୁ ବିବାହ କରିଥିଲେ। ତାଙ୍କର ତିନି ବର୍ଷର ଏକ ପୁଅ ମଧ୍ୟ ଅଛି। ମୃତ୍ୟୁର ୨୨ ଘଣ୍ଟା ପୂର୍ବରୁ କୁଶଲ୍ ନିଜ ପୁଅ ସହ ଏକ ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ।

କୁଶଲ୍ ‘ସିଆଇଡି’, ‘ଦେଖୋ ମଗର ପ୍ୟାର୍‌ସେ’, ‘କଭି ହାଁ କଭି ନାଁ’, ‘ଆସମାନ୍ ସେ ଆଗେ’, ‘ଅଦାଲତ୍’, ‘ଝଲକ୍ ଦିଖଲାଜା-୭’, ‘ସଜନରେ ଝୁଠ୍ ମତ ବୋଲୋ’, ‘ଇଶ୍କ ମେ ମରଜାୱାଁ’ ପରି ଅନେକ ଧାରାବାହିକ ଓ ରିଆଲିଟି ଶୋ’ରେ କାମ କରିଛନ୍ତି। ଏହା ବ୍ୟତୀତ ସେ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ଅକ୍ଷୟଙ୍କ ସହ ‘ଅନ୍ଦାଜ୍’, ଜନ୍ ଆବ୍ରାହମଙ୍କ ‘ଦନ୍ ଦନା ଦନ୍ ଗୋଲ୍’, ସଲମାନଙ୍କ ‘ସଲାମ୍-ଏ-ଇଶ୍କ’ ଓ ଅଜୟ ଦେବଗନଙ୍କ ଫିଲ୍ମ ‘କାଲ୍’ ଓ ହ୍ରିତିକ୍‌ଙ୍କ ସହ ଫିଲ୍ମ ‘ଲକ୍ଷ୍ୟ’ରେ ଅଭିନୟ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories