www.samajalive.in
Sunday, December 7, 2025
16.1 C
Bhubaneswar

ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର କଳା ଓ ସଂସ୍କୃତି, ଅଣସଂରକ୍ଷିତ ଓଡ଼ିଆ ରେଳ ଟିକେଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଉତ୍କଳର କଳା ଓ ସଂସ୍କୃତି ପ୍ରଦର୍ଶିତ ହୋଇଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହା ସହିତ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ରେଳ ଟିକେଟ୍‌ ପ୍ରଚଳନର ମଧ୍ୟ ଶୁଭାରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ଭୁବନେଶ୍ୱର ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ପତାକା ଦେଖାଇ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରାଜଧାନୀ ଏକ୍ସପ୍ରେସକୁ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ରାଜଧାନୀ ଏକ୍ସେପ୍ରେସର ୩ ଯୋଡ଼ା ଟ୍ରେନରେ ଓଡ଼ିଆ ସଂସ୍କୃତିକୁ ପ୍ରତିଫଳିତ କରିବାର ପଦକ୍ଷେପ ସ୍ୱାଗତଯୋଗ୍ୟ। ବିଭିନ୍ନ ରାଜ୍ୟ ଦେଇ ଦିଲ୍ଲୀ ଯିବାବେଳେ ଟ୍ରେନରେ ଓଡ଼ିଶାର କଳା ସଂସ୍କୃତିର ଫଟୋଚିତ୍ରକୁ ଲୋକମାନେ ଦେଖିପାରିବେ। ନିକଟରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ବେଳାଭୂମିରେ ଇକୋ ରିଟ୍ରିଟ୍‍ ଆରମ୍ଭ ହୋଇଛି। ଏହା ମଧ୍ୟ ଏକ ପଦକ୍ଷେପ। ଆଗାମୀ ଦିନରେ ରେଳ ବିଭାଗ ବା ଅନ୍ୟାନ୍ୟ ରାଷ୍ଟ୍ରାୟତ ସଂସ୍ଥା ଆହୁରି ଭଲ ଭାବେ ଓଡିଶାକୁ ସମ୍ମାନ କରନ୍ତୁ, ଏହା ଆମର ଅପେକ୍ଷା ବୋଲି ଧର୍ମେନ୍ଦ୍ର କହିଛନ୍ତି।

- Advertisement -

ଅନ୍ୟ ପକ୍ଷରେ ଏଣିକି ଓଡ଼ିଆ ଭାଷାରେ ଅଣସଂରକ୍ଷିତ ରେଳ ଟିକେଟ ମିଳିବ। ଆଜିଠାରୁ ଏହାର ପ୍ରଚଳନ ଆରମ୍ଭ ହୋଇଛି। ଓଡ଼ିଶାରେ ୩୧୭ଟି ଷ୍ଟେସନରେ ଓଡ଼ିଆରେ ରେଳ ଟିକେଟ ମିଳିବ ବୋଲି ସୂଚନା ମିଳିଛି। ଓଡ଼ିଶା ରାଜ୍ୟରେ ଆଞ୍ଚଳିକ ଭାଷାରେ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଥିବାରୁ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories