www.samajalive.in
Wednesday, December 10, 2025
26.1 C
Bhubaneswar

ନୂଆ ଜ୍ଞାନକୌଶଳ ବିକଶିତ କରିବା ଓ ବିଦେଶକୁ ସ୍ୱଦେଶୀ ଜ୍ଞାନ ରପ୍ତାନୀ ଉପରେ ଗୁରୁତ୍ୱ ଦିଆଯାଉ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ :  ନୂଆ ଟେକ୍ନୋଲୋଜି ବିକଶିତ କରିବା ଓ ସ୍ୱଦେଶୀ ଟେକ୍ନୋଲୋଜି ବିଦେଶକୁ ରପ୍ତାନୀ କରିବା ଉପରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ଆରୋପ କରିଛନ୍ତି । ସେକେଣ୍ଡାରୀ ଷ୍ଟିଲ ସେକ୍ଟର ଉପରେ ଅଲ ଇଣ୍ଡିଆ ଫର୍ନେସ ଆସୋସିଏସନର ୩୩ ତମ ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିକୁ ନୂଆ ଟେକ୍ନୋଲୋଜି ବିକଶିତ କରିବା ସହ ସ୍ୱଦେଶୀ ଟେକ୍ନୋଲଜୀକୁ ରପ୍ତାନୀ କରିବା ଉପରେ ଧ୍ୟାନ ଦେବାକୁ ପଡିବ। ଏହା ଦ୍ୱାରା ଭାରତୀୟ ଇସ୍ପାତ କ୍ଷେତ୍ର ପ୍ରତିଯୋଗିତାମୂଳକ ହୋଇ ପାରିବା ସହ ଏହାକୁ ମୂଲ୍ୟଯୁକ୍ତ କରା ଯାଇ ପାରିବ ।  ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ପାଖାପାଖି ଅଧା ଇସ୍ପାତ ଉତ୍ପାଦନ ସେକେଣ୍ଡାରୀ ଇସ୍ପାତ ସେକ୍ଟର ଦ୍ୱାରା କରା ଯାଇଥାଏ। ସରକାର ପଲିସୀ ଫ୍ରେମବାର୍କ ସମାବେଶୀ କରୁଛନ୍ତି। ସରକାର ସେକେଣ୍ଡାରୀ ଇସ୍ପାତ ସେକ୍ଟର ପାଇଁ କଞ୍ଚାମାଲ ସହଜରେ ଉପଲବ୍ଧ କରାଉଛନ୍ତି। ତେଣୁ ଇଣ୍ଡଷ୍ଟ୍ରି ମଧ୍ୟ ମୂଲ୍ୟ ଯୁକ୍ତ ଉତ୍ପାଦ ଉତ୍ପାଦନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ ଶିଳ୍ପକୁ ସୁହାଇଲା ଭଳି ମୂଲ୍ୟରେ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି। ତେଣୁ ଆମେ ଶକ୍ତିର ନୂଆ ଉତ୍ସ ଉପରେ ଧ୍ୟାନ ଦେଉଛୁ। ଆମେ ଗ୍ୟାସ ଆଧାରିତ ଅର୍ଥନୀତି ଆଡକୁ ଯାଉଛୁ। ଉର୍ଜା ଗଙ୍ଗା ଯୋଜନାରେ ଆମେ ବଡ ନେଟବର୍କ ତିଆରି କରୁଛୁ। ଦେଶରେ ୬୦୦ ମିଲିୟନ ଏମଟି ବାୟୋମାସ ରହିଛି । ଟେକ୍ନୋଲୋଜିକୁ ବ୍ୟବହାର କରି , ଅପଟେକ ଗ୍ୟାରେଂଟି ସହ ଆମେ ବାୟୋ ଗ୍ୟାସ ଉତ୍ପାଦନ ପାଇଁ ୫ ହଜାର ପ୍ଲାଣ୍ଟ ସ୍ଥାପନା କରିବାରେ ସହାୟତା କରିବାକୁ ଯୋଜନା କରୁଛୁ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ବର୍ତ୍ତମାନ ମଧ୍ୟ ଉଚ୍ଚ ଗୁଣବତା ବିଶିଷ୍ଟ ଇସ୍ପାତ ଆମଦାନୀ କରୁଛି। ଆମ ନିକଟରେ ବଡ ବଜାର ରହିଛି ଓ ପ୍ରଶିକ୍ଷିତ କାର୍ଯ୍ୟବଳ ମଧ୍ୟ ରହିଛି । ଆମକୁ ଏକ ଇକୋ ସିଷ୍ଟମ ତିଆରି କରିବାକୁ ପଡିବ ଯାହା ଦ୍ୱାରା ଆମେ ଅଧିକ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଇସ୍ପାତ ଦେଶରେ ଉତ୍ପାଦନ କରିବା ସହ ଇସ୍ପାତ କ୍ଷେତ୍ରରେ ନେଟ ରପ୍ତାନୀକାରୀ ହେବା ଅଗ୍ରସର ହୋଇ ପାରିବା ବୋଲି ସେ କହିଛନ୍ତି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories