www.samajalive.in
Monday, December 8, 2025
27.1 C
Bhubaneswar

ଦେଶ ହିତ ପାଇଁ ଲୋକଙ୍କ ଆକ୍ରୋଶ ସହିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ହିତ ପାଇଁ କାମ କରିବାକୁ ହେଲେ ଲୋକଙ୍କ ଆକ୍ରୋଶକୁ ସହିବାକୁ ପଡ଼ିବ। ଅନେକ ଲୋକଙ୍କ ଅସନ୍ତୋଷକୁ ସାମ୍ନା କରିବାକୁ ହେବ। ଏହାବ୍ୟତୀତ ଅନେକ ଅଭିଯୋଗ ମୁଣ୍ଡେଇବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ୧୦୦ ବର୍ଷର ଆସୋସିଏଟେଡ୍‌ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ ଇଣ୍ଡିଆ(ଆସୋଚାମ୍‌) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଏହା କହିଛନ୍ତି। ଏହି ଅବସରରେ ମୋଦୀ ଆସୋଚାମ୍‌ର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ୧୦୦ ବର୍ଷର ଅନୁଭୂତି ବହୁତ ବଡ଼ ପୁଞ୍ଜି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମୋଦୀ କହିଥିଲେ, ଉଦ୍ୟୋଗ ଜଗତ ଚାହୁଁ ନ ଥିଲା ଦେଶର ଟିକସ ବ୍ୟବସ୍ଥାର ଅଡୁଆ ସୂତା କମ୍‌ ହେଉ। ପ୍ରତି ରାଜ୍ୟରେ ଭିନ୍ନ ଭିନ୍ନ ଟିକସରୁ ଲୋକଙ୍କୁ ମୁକ୍ତି ମିଳୁ। ତେଣୁ ଆମେ ଜିଏସଟି ଆଣିଲୁ। ବାଣିଜ୍ୟ ଜଗତରୁ ଯାହା ପ୍ରତିକ୍ରିୟା ମିଳିଲା, ଆମେ ତାହାକୁ ଆଧାରଣ କରି ଜିଏସଟିରେ ଆବଶ୍ୟକ ଜିନିଷ ଯୋଡ଼ିଲୁ। ସେଥିରେ ଆବଶ୍ୟକ ପରିବର୍ତ୍ତନ କଲୁ। ଦେଶ ହିତ ପାଇଁ କାମ କରିବାରୁ ଲୋକଙ୍କ ଆକ୍ରୋଶ ସହିବାକୁ ପଡ଼ିଲା।

- Advertisement -

ମୋଦୀ ଆହୁରି କହିଥିଲେ, ୭୦ ବର୍ଷର ଅଭ୍ୟାସ ବଦଳାଇବାକୁ ସମୟ ଲାଗେ। ୫ ଟ୍ରିଲିୟନ ଡଲାର ଅର୍ଥନୀତି କଥା ଅଚାନକ ଆସିନାହିଁ। ବିଗତ ୫ବର୍ଷରେ ଦେଶ ନିଜକୁ ଏପରି ମଜଭୁତ କରିଛି ଯେ, ଏଭଳି ଲକ୍ଷ୍ୟ ରଖାଯାଇ ପାରିବ ଏବଂ ତାହାକୁ ହାସଲ ବି କରାଯାଇ ପାରିବ। ଯେପର୍ଯ୍ୟନ୍ତ ପୂରା ଦେଶ ମିଳିମିଶି ଲକ୍ଷ୍ୟ ହାସଲ କରିନାହାନ୍ତି, ଲକ୍ଷ୍ୟ ହାସଲ ଲାଗି ନିଜର ଦାୟିତ୍ଵ ସକ୍ରିୟ ଭାବେ ପାଳନ କରିନାହାନ୍ତି, ସେ ପର୍ଯ୍ୟନ୍ତ ତାହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିଯାଏ। ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ବିଷୟରେ ଯେତେବେଳେ ମୁଁ ସାର୍ବଜନିକ ଭାବେ କହିଲି, ସେତେବେଳେ ମୋତେ ଜଣାଥିଲା ଯେ, ଲୋକେ କହିବେ ଭାରତ ଏଭଳି କରିପାରିବ ନାହିଁ। ଆମ ଦେଶରେ ସାମର୍ଥ୍ୟ ରହିଛି। ସେହି ସାମର୍ଥ୍ୟର ଭରସାରେ ଆଗକୁ ବଢ଼ିଲେ ଲକ୍ଷ୍ୟ ହାସଲ ହୋଇପାରିବ। ଆଜି ଦେଶରେ ଯେଉଁ ସରକାର ରହିଛି, ତାହା କୃଷକଙ୍କ କଥା ଶୁଣୁଛି, ଶ୍ରମିକଙ୍କ କଥା ଶୁଣୁଛି, ବ୍ୟବସାୟୀଙ୍କ କଥା ଶୁଣୁଛି ଏବଂ ଉଦ୍ୟୋଗ ଜଗତ କଥା ବି ଶୁଣୁଛି। ସେମାନଙ୍କ ଆବଶ୍ୟକତାକୁ ବୁଝିବାର ଚେଷ୍ଟା ବି କରୁଛି। ସେମାନଙ୍କ ପରାମର୍ଶ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories